ଆଠଗଡ଼ ତା ୦୯-୦୫-୨୩ ଆଜି ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳି ଯୋଗୁଁ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ମୃତକ ହେଉଛନ୍ତି କଟକିଆସାହି ପଞ୍ଚାୟତ ପାଟଣିଗାଁ ର ସୁଧାକର ସାହୁ (୬୧) । ଆଜି ସକାଳୁ ସେ ଆମ୍ବ ତୋଟା ରୁ ଆମ୍ବ ତୋଳି କଟକ ବିକ୍ରି କରିବାକୁ ଯାଇ ଦିନ ସାଢେ଼ ଦୁଇଟା ବେଳେ ଘରକୁ ଫେରୁଥିବା ସମୟରେ ବାଉଁଶ ଦଣ୍ଡା ଛକରେ ସାଇକେଲ ରୁ ଖସି ପଡ଼ିଥିଲେ।ସଙ୍ଗେ ସଙ୍ଗେ ତାଙ୍କୁ ଆଠଗଡ଼ ଡ଼ାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତା କାଲି ବୁଧବାର ଶଵ ବ୍ୟବଚ୍ଛେଦ ହେବାକୁ ଥିବା ବେଳେ ଆଠଗଡ଼ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ପକ୍ଷରୁ ଏହାକୁ ଅଂଶୁଘାତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।