ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ମୋହନା ଠାରେ ବିଜୁ ଏକ୍ସପ୍ରେସ ରାସ୍ତା ର ସମୀକ୍ଷା ସହ ଲୋକଙ୍କ ଅଭାବ ଅସୁବିଧା ବୁଝିଲେ
ପାରଳାଖେମୁଣ୍ଡି:୯/୫ : ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ସଙ୍ଗରେ ଦୁଇ କମିଶନର ଗ୍ରାମ୍ୟ ଉନ୍ନୟନ କମିଶନର ବୀର ବିକ୍ରମ ଯାଦବ ଏବଂ କ୍ରୀଡା ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରିଷ୍ଣା।ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ୫ ୦୫ମିନିଟରେ ହେଲିକେପ୍ଟର ରେ ଆସି ପହଂଚିଥିଲେ।ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଏସ. ସ୍ୱାତୀ କୁମାର ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ସ୍ୱାଗତ କରିଥିଲେ। ୫-ଟି ସଚିବ ଲୋକଙ୍କ ନିକଟକୁ ଆସି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ମିଶି ଦାବିପତ୍ର ଗ୍ରହଣ କରିବା ସହ ସ୍ତାନୀୟ ଜନସାଧାରଣଙ୍କ ଅଭାବ ଅସୁବିଧା ବୁଝିଥିଲେ।ମୋହନା ଖେଳ ପଡିଆ ଠାରେ ପ୍ରାୟ ଚାଳିଶି ମିନିଟ ରହି ମୋହନା ବ୍ଲକର ଜିରାଙ୍ଗ ଅଭିମୁଖେ ଯାତ୍ରା କରିଥିଲେ।ସେଠାରେ କଲେଜ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରି ରାତ୍ରି ଯାପନ କରିବେ ବୋଲି ଜଣାପଡିଛି।ଏହି ବିଜୁ ଏକ୍ସପ୍ରେସ ରାସ୍ତା ରେ ସର୍ବମୋଟ ବ୍ରହ୍ମପୁର ଠାରୁଜୟପୁରପର୍ଯ୍ୟନ୍ତ୩୧୭.୮୫୩କିଲୋ ମିଟର ରାସ୍ତାକୁ ନିର୍ମାଣ ନିମନ୍ତେ ୫୧୭୮କୋଟି ୧୪ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି।ସେଥିମଧ୍ୟରୁ ଗଜପତି ଜିଲ୍ଲାରେ ୫୯.୨୦୦ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ୧୦୮୬କୋଟି ୯୮ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି।ଏହି ରାସ୍ତା ନିର୍ମାଣ ମଧ୍ୟରେ ମୋହନା ବ୍ଲକର ପୂର୍ତ୍ତ ବିଭାଗ ସୂଚନା ପ୍ରକାରେ ୪୯.୮୦୦କିଲୋମିଟର ଠାରୁ ୧୦୯ସଂକେତ ଥିବା ରାସ୍ତା ଗଜପତି ଜିଲ୍ଲା ମଧ୍ୟରେ ଥିବା ଜଣାପଡିଛି।ସୂଚନା ପ୍ରକାରେ ପୂର୍ତ୍ତ ବିଭାଗର ୩୬.୫୨୨ଏକର ଜମି ଥିବା ବେଳେ ଜମି ଅଧିଗ୍ରହଣ ୫୯୩.୦୬୮ଏକର କରିବାକୁ ପଡିବ।ଏହି ରାସ୍ତାରେ ଜଙ୍ଗଲ ଜମି ୫୫୬.୫୪୬ଏକର ଥିବା ବେଳେ ସେଥିମଧ୍ୟରୁ ସଂରକ୍ଷିତ ଜଙ୍ଗଲ ୮୯.୨୯୨ଏକର ଥିବା ପ୍ରକାଶ।ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ମଧ୍ୟରେ ଗଞ୍ଜାମ ଜିଲ୍ଲା ର ୪୩କିଲୋମିଟର, ଗଜପତି ଜିଲାର ୪୯.୮୦୦କିଲୋମିଟର, ରାୟଗଡା ଜିଲ୍ଲା ର ୧୫୮କିଲୋମିଟର ସହ କୋରାପୁଟ ଜିଲ୍ଲାର ୫୭କିଲୋମିଟର ରାସ୍ତା ଏହି ଯୋଜନା ନିର୍ମାଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ୫-ଟି ସଚିବଙ୍କୁ ସ୍ୱାଗତ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବହୁ ଦଳୀୟ କର୍ମୀ, ନେତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଂଚଳର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଦାବୀ ପତ୍ର ପ୍ରଦାନ କରିଥିଲେ।ମୋହନା ବ୍ଲକର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ।ଜିଲ୍ଲା ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରି, ବିଡ଼ିଓ ତପସ୍ୱିନୀ ହଂସଦା, ଙ୍କ ସମେତ ଲୋକ ପ୍ରତିନିଧି ଭାବେ ସାଂସଦ ଙ୍କ ସମେତ ଯୋଗାଣ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।