Odisha news

ଚୋରା ବାଇକ୍ ଜବତ,ଦୁଇ ଗିରଫ 

0
ଅସୁରାଳି : ଧୂଷୁରୀ ପୁଲିସ ଦୁଇଟି ଚୋରା ମଟର ସାଇକେଲ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋମବାର ରାତିରେ ଧୂଷୁରୀ ଥାନା ଅଧିକାରୀ ଶାନ୍ତନୁ ଜେନା ଏବଂ ଏଏସ୍ଆଇ ପରମାନନ୍ଦ ସାମଲ ପାଟ୍ରୋଲିଂ କରୁଥିବା ସମୟରେ ଭଦ୍ରକ-ଆଖଣ୍ଡଳମଣି ରାଜ୍ଯ ରାଜପଥର ମଙ୍ଗଳପୁର ଛକ ନିକଟରେ ଦୁଇଟି ନମ୍ବର ବିହୀନ ବାଇକରେ ଆସୁଥିବା ତିନିଜଣ ଯୁବକଙ୍କୁ ଅଟକାଇଥିଲେ। ପୁଲିସ ସନ୍ଦେହ କରି ସେମାନଙ୍କୁ ପଚରାଉଚୁରା କରୁଥିବା ବେଳେ ଜଣେ ଯୁବକ ସେଠାରୁ କୌଶଳରେ ଖସି ପଳାଇ ୟାଇଥିଲା।ଏହି ଘଟଣା ପରେ ପୋଲିସ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଦୁଇ ବାଇକ୍ ଏବଂ ଦୁଇ ଯୁବକଙ୍କୁ ଥାନାକୁ ଆଣି ଯାଞ୍ଚ କରିବା ପରେ ସେମାନେ ବ୍ୟବହାର କରୁଥିବା ବାଇକ୍ ଚୋରା ବୋଲି ଜଣାପଡ଼ିଥିଲା। ଚୋରା ବାଇକ୍ ଥିବା ଅଭିଯୋଗରେ ଧୂଷୁରୀ ପୁଲିସ କେସ ନଂ-୧୨୭/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତିହିଡ଼ି ଥାନା ଅନ୍ତର୍ଗତ ତାଳପଦା ବୈକୁଣ୍ଠ ସାହିର ବାଦଲ ନାୟକ(୨୧)  ଏବଂ ବିକାଶ ନାୟକ (୨୦)ଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି।ଫେରାର ହୋଇଯାଇଥିବା ଅନ୍ୟ ଅଭିଯୁକ୍ତ ନାମ କାଳିଆ ଏବଂ ଜବତ ବାଇକ୍ ସମ୍ପର୍କରେ ସୂଚନା ଖୁବଶୀଘ୍ର ମିଳିବ ବୋଲି ତଦନ୍ତକାରୀ ଅଧିକାରୀ ପରମାନନ୍ଦ ସାମଲ କହିଛନ୍ତି।
Leave A Reply