Odisha news

ବିକାଶରେ ସହଯୋଗ କରନ୍ତୁ, ଆମ୍ଭେ ଆପଣଙ୍କୁ ଏକ ସୁନ୍ଦର ବ୍ରହ୍ମପୁର ଦେବୁ : ଡ ପ୍ରଦୀପ ପାଣିଗ୍ରାହି

0
ବ୍ରହ୍ମପୁର : ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଐତିହାସିକ ପୃଷ୍ଠଭୂମି ଅଛି I କିନ୍ତୁ ଦୀର୍ଘ ଦିନର ଅପାରଗ ଓ ସ୍ଥାଣୁ ନେତୃତ୍ବ ଯୋଗୁଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଦିଲ୍ଲୀ ଦରବାରରୁ ତାର ନ୍ୟାୟ ଦାବି କରିବାରେ ବିଫଳ ହୋଇଛି। ସାଲିସ ଓ ମୁଣ୍ଡପୋତା ନେତୃତ୍ୱ ବ୍ରହ୍ମପୁରର ବିକାଶରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି |
ବ୍ରହ୍ମପୁର ସହର ତଥା ଏହାର ଆଖ ପାଖ ଅଂଚଳର ଆଇନ ସୁରକ୍ଷା କଥା ନ କହିଲେ ଭଲ | ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଏକ ନମ୍ବର I ନାରୀ ନିର୍ଯାତନା, ହତ୍ୟାରେ, ସମଗ୍ର ଓଡ଼ିଶାରେ ଗଂଜାମ ଜିଲ୍ଲା ଆଜି ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି। ରାଜ୍ୟ ସରକାର ଜଙ୍ଗଲରେ କେତେ ବାଘ ଅଛି ଗଣିପରୁଥିବା ବେଳେ ଗଞ୍ଜାମ ଜିଲ୍ଲାରୁ କେତେ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରୁଛନ୍ତି ତାହାର ହିସାବ ନାହିଁ । ଶୁଣାଯାଉଛି ଜିଲ୍ଲାରୁ ପାଖାପାଖ୍ ୭ ଲକ୍ଷ୍ୟ ଲୋକ ଖଟନ୍ତି ଅନ୍ୟ ରାଜ୍ୟରେ । ୨୫ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ସବୁଠାରୁ ଅଧିକ ଦାଦନ ଶ୍ରମିକ । ଜିଲ୍ଲାରେ ଶୀତଳ ଭଣ୍ଡାରଟିଏ ନାହିଁ । କୃଷି ଓ କୃଷକଙ୍କ ଉନ୍ନତି କରିବାରେ ନବୀନ ସରକାର ସମ୍ପୂର୍ଣ ବିଫଳ ହୋଇଛି | ଚାଷୀର ଜମିକୁ ପାଣି ଯୋଗାଇବାରେ ପ୍ରତିଶ୍ରୁତି ୨୫ ବର୍ଷ ହେଲା ପୂର୍ଣ୍ଣ ହୋଇପାରିଲା ନାହିଁ ।
କିଆଫୁଲ ଚାଷୀ, ମତ୍ସ୍ୟଜିବି, ଆଖୁଚାଷି ମାନଙ୍କ ଅବସ୍ଥା ଶୋଚୋନୀୟ। ଦକ୍ଷିଣ ଓଡ଼ିଶାର ଏକମାତ୍ର ନିର୍ଭର ଯୋଗ୍ୟ ବଡ଼ ମେଡ଼ିକାଲରେ ୫୦% ଭାଗ ଡାକ୍ତର ନାହାନ୍ତି I ନବୀନ ସରକାରଙ୍କର ଅବହେଳାରେ ମୂର୍ତିମନ୍ତ ପ୍ରତୀକ ହେଉଛି ବଡ଼ ମେଡ଼ିକାଲ |
ବ୍ରହ୍ମପୁର ସହରରେ ମହାନଗର ନିଗମର ଦୁର୍ନୀତି କଥା କହିଲେ ଏକ ଗ୍ରନ୍ଥ ହେବ । ଘର ପାନୁ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ଓ କେନ୍ଦ୍ରସରକାର ଦେଉଥିବା ଅନୁଦାନକୁ ଉପଯୁକ୍ତ ଭାବରେ ବିନିଯୋଗ କରିବାକୁ ଦାବି କରୁଛୁ ||
୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରକୁ ଜାନିବିଲି ପ୍ରକଳ୍ପରୁ ଯୋଗାଇ ଦିଆଯାଉଥିବା ପାଣିରେ ଶୁଭ ଉଦ୍ଘାଟନ କଲେ । କିନ୍ତୁ ଆଜି ମଧ୍ୟ ସହରର ୩୦ ଭାଗ ଅଞ୍ଚଳକୁ ପିଇବା ପାଣିର ସୁଯୋଗ ମିଳିଲା ନାହିଁ I ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏକ ଶିଳ୍ପ ବିହୀନ ଜିଲ୍ଲା I ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ବିକାଶ ପାଇଁ ଗତ ୨୫ ବର୍ଷ ମଧ୍ୟରେ ସାମଗ୍ରିକ ଭାବରେ କୌଣସି ପଦକ୍ଷେପ ନେଲେ ନାହିଁ I ନିର୍ବାଚନ ସମୟରେ ଗୁଣ୍ଡା ଓ ଚକ୍ରାନ୍ତ ବ୍ୟବ‌ହାର କରିବା ସହ ସରକାରୀ ପୁଲିସକୁ ବ୍ୟବହାର କରି ବିଜେଡିର ନିର୍ବାଚନ ରଣକୌଶଳକୁ ଏଇଥର ଜନସାଧାରଣ ବୁଝିଶାରିଛନ୍ତି। ଆମେ ଭାରତୀୟ ଜନତା ପାର୍ଟି ତରଫରୁ ଲୋକଙ୍କୁ ଅନୁରୋଧ କରୁଛୁ, ଭୟ ଓ ଚାପକୁ ଖାତିର ନକରି ଓ ଏକ ସୁନ୍ଦର ବିକଶିତ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି କୁ ଭୋଟ ଦିଅନ୍ତୁ।
Nalco
Leave A Reply