ଅସ୍ତରଙ୍ଗ,,ଗଲା ସପ୍ତାହରେ ଅସ୍ତରଙ୍ଗ ବ୍ଲକ ଛୁରିଅନା ଗ୍ରାମର ଆଖୁପଡିଆ ପଡା ଗ୍ରାମର ହତ୍ୟା କାଣ୍ଡ ର ରହସ୍ୟ ଉନ୍ମୋଚନ କରିଛି ଅସ୍ତରଙ୍ଗ ପୋଲିସ । ପୋଲିସ ଫୋନ୍ ଟ୍ୟାପିଂ ହେଉ କି ଅନ୍ୟ କୌଣସି କାରଣରୁ ହେଉ ଗୁରୁବାର ଦିନ ପାଞ୍ଚ ଜଣଙ୍କୁ ଉଠାଇ ଆଣି ଅଧିକ ଜେରା ନିମନ୍ତେ ସବ୍ ଡିଭିଜନାଲ ପୋଲିସ ଅଧିକାରୀ ନିମାପଡ଼ା ଙ୍କ ନିକଟରେ ହଜାର କରାଇଛି ।
ଆସାମୀ ମାନଙ୍କ ବୟାନ ଅନୁଯାୟୀ,ହତ୍ୟା କାଣ୍ଡ ର ରାତ୍ର ୧୧ଘଟିକା ସମୟରେ ସେମାନେ ନିକଟ ଝାଉଁ ଜାଙ୍ଗଲ ରୁ ବାରହା ଓ ହରିଣ ମାରିବା ପାଇଁ ତାଙ୍କ ଘର ନିକଟସ୍ଥ ଏକ ବିଲରେ କରେଣ୍ଟ ଦେଇ ତାର ବାଡ କରିଥିଲେ । ଜନ୍ତୁ ରାତ୍ରର ଘନ ଅନ୍ଧାର ଭିତରେ ମୁଗ ଖାଇବାକୁ ଆସିଲେ କରେଣ୍ଟ ଦ୍ବାରା ମରିଗଲେ ଆସାମୀ ମାନେ ମାଂସ କରି ଖାଇବେ । ହେଲେ ,ମୃତକ ସେହି ବାଟରେ ଜଙ୍ଗଲକୁ କାଠ କାଟିବା ନେଇ ଯାଉ ଥିବାବେଳେ କରେଣ୍ଟ ହାବୁଡ଼ରେ ପଡ଼ି ମୃତ ଘଟିଥିଲା। ସେମାନେ କାଳ ବିଳମ୍ବ ନକରି ରାତ୍ରର ନିର୍ଜନ ପଥର ରେ ଚାରିଜଣ ଯାକ , ମୃତକ ଙ୍କୁ ଟେକି ନେଇ କିଛି ଦୂରରେ ଥିବା ସବୁଦ୍ର ପାଣିରେ ଭାସାଇଦେବା ସହ,କୁରାଢି କୁ ଦରିଆ କୁ ଫୋପାଡି ଦେଇ ଥିଲେ । ସେଠାରୁ ଘରକୁ ଆସି ଘର ନିକଟରେ ଥିବା ପୋଖରୀ ରେ ଗାଧୋଇ ଘରକୁ ଯାଇଥିଲେ ମଧ୍ୟ,ପୋଖରୀ ହୁଲାରେ କିଛି ରକ୍ତର ଛିଟା ପଡିଥିବାର ତା ପରଦିନ ଦେଖିବାକୁ ମିଳିଥିଲା . ଓ ହତ୍ୟା କାଣ୍ଡର ପରଦିନ ଘଟଣା ଘଟି ଥିବାର ଚାରି କିଲୋ ମିଟର ଦୂରରେ ମୂର୍ତ୍ତକ୍ ସବ ସମୁଦ୍ର belaa ଭୂମିରେ ଲାଗି ଥିବାର ଦେଖିବାକୁ ମିଳିଥିଲା । ହେଲେ ମୃତକ ସମୁଦ୍ର ସ୍ରୋତରେ ଭାଷୀ ବାଲିଦ୍ବାରା ତାର ଦେହ ରେ କ୍ଷତ ସୃଷ୍ଠିହୋଇ ଥିବାର ଆସାମୀ ମାନେ ପୋଲିସ ନିକଟରେ ପ୍ରକାଶ କରିଥିଲେ । ଅସ୍ତରଙ୍ଗ ଥାନା ଆଇ ଆଇ ସି ଶ୍ରୀ ରାଜେଶ କୁମାର ବଳିଆର ସିଂ ସବୁ ଦିକକୁ ବିଚାରକୁ ନେଇ,ଏହା ଏକ ସୁପରି କଳ୍ପିତ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ହୃଦୟଙ୍ଗମ କରି ଗୁରୁବାର ଦିନ ଛବିଳ କାଣ୍ଡୀ ପି ,ପ୍ରଫୁଲ୍ଲ ଚିନ୍ମୟ କଣ୍ଡୀ ପି,ବାବାଜୀ, ଦେବ କାଣ୍ତୀ ପି,ରବି,ନରୁ ସ୍ବାଇଁ ପି,ସଦେଇ,ବସନ୍ତ କାଣ୍ଡି ପି,କାଳନ୍ଦୀ ଙ୍କୁ ଉଠାଇ ଆଣି ଅଧିକ ଜେରା ନିମନ୍ତେ ନିମାପଡ଼ା ଏସ ଡି ପି ଓ ଙ୍କ ନିକଟରେ ହଜାର କରାଯାଇ ଅଛି ।