Odisha news

ଟିକେଟ ପାଇବା ପରେ କାକଟପୁରରେ ତୁଷାରଙ୍କ ଶକ୍ତି ପ୍ରଦର୍ଶନ

0
କାକଟପୁର ତା 24/4,ନିର୍ବାଚନୀ ଋତୁ ପାଖେଇ ଆସୁଥିବାବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କ୍ରୀଡା, ଯୁବାବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜେଡି ପକ୍ଷରୁ ଟିକେଟ ପାଇବା ପରେ ଆଳୁଦଣ୍ଡାପାଟଣା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ହଜାର ହଜାର ସମର୍ଥକଙ୍କ ସହିତ ଶକ୍ତିପ୍ରଦର୍ଶନ କରିଛନ୍ତି l ଜଗତସିଂହପୁର ଲୋକସଭା ଆସନର ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,  ବ୍ଲକ ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ପୁରୀ ଜିଲ୍ଲା ଯୁବ ବିଜେଡି ଉପସଭାପତି ତଥା ଯୁବନେତା ବିଶ୍ୱଜିତ ଦାଶ, ଦୀପକ ଶତପଥି,ଯୁବନେତା ଶିବଚରଣ ପାତ୍ର, ପ୍ରକାଶ ମହାରଣା, ଅମିତ ଖୁଣ୍ଟିଆ, ରଞ୍ଜନ ନାୟକ, ସୁକାନ୍ତ ନାୟକ,ତୁଳସୀ ମହାନ୍ତି, ବିନୀଲତା ଦେଇ, ରଶ୍ମିତା ଦୀକ୍ଷିତ ଓ  (16) ଟି ପଞ୍ଚାୟତ ର ମହିଳା ମହାସଙ୍ଘ ର ସଭାନେତ୍ରୀ, ସମ୍ପାଦିକା, ସଭ୍ୟା ଙ୍କ ସମେତ  ହଜାର ହଜାର  କର୍ମୀ ବିଜୁ ଜନତା ଦଳ ଓ ତୁଷାରକାନ୍ତିଙ୍କ ସପକ୍ଷରେ ନାରା ଦେଇ ବଜାର ପରିକ୍ରମା କରିବା ସହିତ ମା ମଙ୍ଗଳା ଙ୍କ ମନ୍ଦିର କୁ ଯାଇ ମା ଙ୍କ ଆଶିଷ ଭିକ୍ଷା କରିଥିଲେ l ନିର୍ବାଚନ ମଣ୍ଡଳୀ ରେ ବିଜେଡି ପାଇଁ ଚଳିତ ନିର୍ବାଚନରେ ବିଦ୍ରୋହୀ ପାର୍ଥୀ ସୁରେନ୍ଦ୍ର ସେଠୀ ଭାରୀ ପଡି ପାରନ୍ତି ବୋଲି ପ୍ରଶ୍ନ କରିବାରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରଶ୍ନ କୁ ଏଡାଇ ଯାଇ ଆମେ ସମସ୍ତଙ୍କୁ କୋଳେଇ ନେଇ ଆଗାମୀ ନିର୍ବାଚନ ବୈତରଣୀ ପାର ହେବୁ ବୋଲି ମତବ୍ୟକ୍ତ କରିଥିଲେ l
Nalco
Leave A Reply