ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଛୁରିଆନା ଗ୍ରାମପଞ୍ଚାୟତ ଅନ୍ତର୍ଭକ୍ତ ରାଇବେରୁଂହା ଗ୍ରାମରେ ଚାରିବର୍ଷ ତଳେ ଘଟିଥିବା ଏକ ହତ୍ୟା କାଣ୍ଡର ବିଚାରକରି ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଜଜ ନିମାପଡ଼ା , ଶ୍ରୀଯୁକ୍ତ ଲୋକନାଥ ସାହୁ ,ଆସାମୀ ଗଣେଶ ବେହୁରାଙ୍କୁ ଦଫା ୩୦୨ ବଳରେ ଦୋଷୀ ସାବସ୍ତ କରି ଆଜୀବନ କରା ଦଣ୍ଡରେ ଶୁକ୍ରବାର ଦିନ ଦଣ୍ଡିତ କରିଥିବା ଜଣା ପଡି ଅଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ,୨୦୧୯ ମସିହା ଅଗଷ୍ଟ ୨୫ତାରିଖ ରାତ୍ର ୧୧ଘଟିକା ସମୟରେ ପାରିବାରିକ କଳହକୁ ଆଧାର କରି,ମହିଳା ଙ୍କ ସ୍ଵାମୀ ଗଣେଶ ନିଜ ସ୍ତ୍ରୀ ର କଟା ମୁଣ୍ଡ କୁ ହାଣି ଗଣ୍ଡି ମୁଣ୍ଡ ଅଲଗା କଲା ପରେ,କିଛି ଘଣ୍ଟା ଘରେ ରହି ଭୋର ଭୋର କଟା ମୁଣ୍ଡ କୁ ବ୍ୟାଗ ରେ ଧରି ଅସ୍ତରଙ୍ଗ ଥାନାରେ ଆତ୍ମ ସମର୍ପଣ କରିଥିଲା । ଏହି ଘଟଣାରେ ସେତେବେଳ କେହି ସାକ୍ଷ୍ୟ ଦେବାକୁ ଅମଙ୍ଗ ଥିବା ଜଣା ପଡ଼ିଥିବା ବେଳେ, ଅସ୍ତରଙ୍ଗ ଥାନାର ସେତେବେଳର ଆଇ ଆଇ ସି,ଶରତ କୁମାର ନାୟକ ପାରିପାର୍ଶ୍ବିକ ସ୍ତିତି କୁ ଆଧାର କରି ତଦନ୍ତ ଚଳାଇ ଆସାମୀ କୁ ୩୦୨ଦଫାରେ ଗିରିଫ କରି କୋର୍ଟ ଚାଲାଣ କରିଥିଲେ । ହେଲେ ମାନ୍ୟବର ଅଦାଲତ ନରହନ୍ତା ଆସାମୀକୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିବା ଜଣା ପଡ଼ିଛି