ଭୁବନେଶ୍ୱର :୦୭ ସେପେଫମ୍ବର,୨୦୨୦ : ଆଜି ବାଚସ୍ପତିଙ୍କ ପ୍ରକୋଷ୍ଠରେ ଷୋଡ଼ଶ ବିଧାନସଭାର ୪ର୍ଥ ଅଧିବେଶନ ପୂର୍ବରୁ ମାନ୍ୟବର ବିଧାୟକ/ବିଧାୟିକାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ କୋଭିଡ୍-୧୯ ପରୀକ୍ଷଣ ସଂପର୍କିତ ଏକ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା
ବୈଠକର ନିଷ୍ପତ୍ତି ପ୍ରକାରେ, ଆଗାମୀ ଅଧିବେ ଶନର ଦୁଇଦନି ପୂର୍ବରୁ ସମସ୍ତ ବିଧାୟକ/ବିଧାୟିକା, ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର କୋଭିଡ୍-୧୯ ପାଇଁ ଆର୍ଟି- ପିସିଆର୍ ପରୀକ୍ଷା ହେବା ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ପୁଣିଥରେ ଏହି ପରୀକ୍ଷା କରାଯିବା ପରୀକ୍ଷାରେ ନେଗେଟିଭ୍ ଆସିଥିବା ବ୍ୟକ୍ତିମାନଙ୍କୁ କେବଳ ବିଧାନସୌଧକୁ ପ୍ରବେଶ ଅନୁମତି ମିଳିବା ଆବଶ୍ୟକସ୍ଥଳେ ଅଧିବେଶନ ସମୟରେ ଆଣ୍ଟିଜେନ୍ ଟେଷ୍ଟର ବ୍ୟବସ୍ଥା ରହିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ଏହି ପରୀକ୍ଷା ପାଇଁ ଯଥେଷ୍ଟ ପୂର୍ବରୁ ବ୍ୟବସ୍ଥା କରିବୋ
ଅଧିବେ ଶନର ଦୁଇଦନି ପୂର୍ବରୁ ଆର ମ୍ଭ କରି ଅଧିବେ ଶନ ଶେଷ ପର୍ଯ୍ୟନ୍ତ ବିଧାୟକ/ବିଧାୟିକାମାନେ ଗୃହ ସଙ୍ଗରୋଧରେ ରହିବା ଓ ଅନ୍ୟମାନଙ୍କ ସହିତ ମିଳାମିଶା ନକରିବା ପାଇଁ ବିଧାନସଭା ପକ୍ଷରୁ ଅନୁରୋଧ କରାଯିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱର୍ ବିଧାୟକ/ବିଧାୟିକାମାନେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅଧିବେଶନରେ ଅଂଶଗ୍ରହଣ କରିପାରିବୋ କିନ୍ତୁ ଏଥି ନିମନ୍ତେ ସେମାନ ଙ୍କୁ ଯଥେଷ୍ଟ ପୂର୍ବରୁ ବିଧାନ ସଭା ସଚିବାଳୟକୁ ଜଣାଇବାକୁ ପଡ଼ିବା ବିଧାୟକ /ବିଧାୟିକା ଓ ସଂପୃକ୍ତ ବିଧାନସଭା କର୍ମଚାରୀଙ୍କୁ ଆବଶ୍ୟକୀୟ ଫେସ୍ସିଲï, ମାସ୍କ, ହ୍ୟାଣ୍ଡଗ୍ଲୋଭସ୍ ଓ ହ୍ୟାଣ୍ଡ ସାନିଟାଇଜର ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରାଯାଇଥିଲାା
ଉକ୍ତ ବୈଠକରେ ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ପ୍ରମୁଖ ଯୋଗଦେଇଥିଲୋ
