ଆସିକା : ଗଞ୍ଜାମ ଜିଲ୍ଲା ର ହାର୍ଡକୋର କ୍ରିମିନାଲ ସୁଲତାନ ଓରଫ ସୁନୀଲ ନାହାକ କୁ ଜାତୀୟ ସୁରକ୍ଷା ଆଇନ ରେ ଗିରଫ କରିଛି ଆସିକା ପୋଲିସ। ସୁଲତାନ ନା ରେ ଆସିକା ବୁଗୁଡା ସମେତ ବହୁ ଥାନା ରେ ହତ୍ୟା, ହତ୍ୟା ଉଦ୍ୟମ ଡକାୟତି ଭଳି ବହୁ ମାମଲା ରହିଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ନିର୍ଦ୍ଧେଶ କ୍ରମେ ଏନ ଏସ ଏ କେସ ନମ୍ବର ୯/୨୪ ପ୍ରକାରେ ସୁଲତାନ କୁ ଗିରଫ କରି ଆସିକା ଜେଲ କୁ ପଠାଇ ଦିଆଯାଇଥିବା ଆସିକା ଏସ ଡି ପି ଓ ସଞ୍ଜୟ ମହାପାତ୍ର କହିଛନ୍ତି। ଜିଲା ରେ ଆଗାମୀ ନିର୍ବାଚନ କୁଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଅପରାଧି ଙ୍କୁ ଅପରଧିକ କାର୍ଯ୍ୟ ରୁ ଦୁରେଇ ରଖିବା ପାଇଁ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇ ଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନେଇ ଆସିକା ପୋଲିସ ଉପଖଣ୍ଡ ର ସମସ୍ତ ଥାନା ଇଲାକାରେ ସମସ୍ତ ଅପରାଧୀ ଙ୍କ ଗତି ବିଧି କୁ ନଜର ରଖିବା ଉଦ୍ଦେଶ୍ୟ ର ସବୁ ଜେଲ ଫେରନ୍ତା ଅଭିଯୁକ୍ତ ଏବେ ପୋଲିସ ତୀକ୍ଷ୍ଣ ନଜର ରଖିଥିବା ସେ କହିଛନ୍ତି।
