Odisha news

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧନତେରସ ଉତ୍ସବ ଅନୁଷ୍ଠିତ

0

ଆସିକା : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧନତେରସ ଉତ୍ସବ ପାଳିତ ହୋଇଛି।ଏହିଆବସରରେ ଏନ୍. ଏ .ସି କୁ ସ୍ୱଚ୍ଚ ସୁନ୍ଦର ଭାବେ ଗଢ଼ିବା ପାଇଁ ଯେଉଁ ଉଦ୍ୟମ ଜାରି ରହିଛି ତାହାକୁ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟ ରେ  ଅଧ୍ୟକ୍ଷା  ବିନେତା ସ୍ୱାଇଁଙ୍କ ପୌରହିତ୍ୟି ରେ ଧନତେରସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତିନିଧି  ସତ୍ୟନାରାୟଣ ସ୍ୱାଇଁ ଙ୍କ ସଂଯୋଜନାରେ ରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧନତେରାସ ଉତ୍ସବରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ସମସ୍ତ,ଆକାଉଣ୍ଟଟେଣ୍ଟ  ହରଜିତ ସାଠୁଆ ,କନିଷ୍ଠ ଯନ୍ତ୍ରୀ ଲଷ୍ମୀ ସିଂ, କାଉନସିଲର , ଆସିକା ସିଡିପିଓ ଭାଗ୍ୟଲତା ପାତ୍ର,ଏନ ଏ ସି କର୍ମକର୍ତ୍ତା , ସଫେଇ କର୍ମଚାରୀ , ଆହାର କେନ୍ଦ୍ର ପରିଚାଳିକା ଓ ସହିଯୋଗି ,ଏ ସି ଟି ପି  ପରିଚାଳିକା ଓ ସହଯୋଗୀ ,ଏମ ସି ସି,ଏମ ଆର ଏଫ କର୍ମଚାରୀ ,ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ,ସମସ୍ତ ୱାର୍ଡ କୋଡ଼ିନେଟର,ସ୍ବଚ୍ଛ ସାଥୀ ଓ ସହାୟିକା  ଉପସ୍ଥିତିରେ ଅନୁଷ୍ଠିତ ହୋଇ ଥିଲା।ଏହି ଅବସରରେ  ଅଧ୍ୟକ୍ଷା ଶ୍ରୀମତୀ ସ୍ବାଇଁ ତାଙ୍କ ଅଭିଭାଷଣ ରେ ଆସିକା ସହର କୁ ସ୍ୱଚ୍ଛ, ସୁନ୍ଦର , ଓ ସହର ର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା  ସମସ୍ତଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଥିଲେ ଆଗାମୀ ଦିନରେ ଏହି କାର୍ଯ୍ୟ ପନ୍ଥା ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ ଶେଷରେ ଉପସ୍ଥିତ ଥିବା ସମସ୍ତ ସହଯୋଗୀ ତଥା କର୍ମଚାରୀଙ୍କୁ ଧନତେରାସ ଉପହାର ପ୍ରଦାନ କରାଯାଇଥିଲା ।

Leave A Reply