Odisha news

ପବଜି ଗେମ ଖେଳି ଜୀବନ ହାରିଲା ଛାତ୍ର

0
ସୋର,୧୧/୧୧ : ସୋର ଥାନା ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତ ଅରଡ଼ା ଗ୍ରାମର ଜଣେ କଲେଜ ପଢୁଆ ଛାତ୍ର ଅନଲାଇନ ଗେମ ଖେଳି ଜୀବନ ହାରିଥିବା ଜଣାପଡିଛି। ଏହି ଗ୍ରାମର ଶରତ ଚନ୍ଦ୍ର ମଳିକଙ୍କ ସାନ ପୁଅ ଆଶିଷ କୁମାର ମଳିକ(୧୭) ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଯୁକ୍ତ ଦୁଇର ପାଠ ପଢୁଥିଲେ। ଗତକାଲି କଲେଜରୁ ଫେରିବା ପରେ ସନ୍ଧ୍ୟାରେ ଘର ମଧ୍ୟରେ କବାଟ ବନ୍ଦ କରି ରହିଥିଲେ। ତାଙ୍କ ମା ରାତିରେ ଖାଇବା ପାଇଁ ଡାକିବା ବେଳେ ସେ କବାଟ ଖୋଲି ନ ଥିଲେ । ଫଳରେ ତାଙ୍କ ମା ଝରକା ଦେଇ ଦେଖିଲା ପରେ ସେ ଫ୍ୟାନରେ ବେକରେ ରଶି ବାନ୍ଧି ଝୁଲୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପରିବାର ଲୋକେ ଓ ଗ୍ରାମବାସୀମାନେ କବାଟ ଭାଙ୍ଗି ଆଶିଷକୁ ଫେନରୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଆଶିଷ କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆଜି ମଧ୍ୟାହ୍ନରେ ସୋର ପୁଲିସ ଡ଼ାକ୍ତରଖାନାରେ ପହଂଚି ଶବ ଜବତ କରି ୮୩/୨୩ ରେ ଏକ ମାମଲା ରୁଜୁକରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଆଶିଷ ଦୀର୍ଘଦିନରୁ ଅନ ଲାଇନରେ ପବଜି ଗେମ ଖେଳୁଥିବା ତାଙ୍କ ସାଙ୍ଗ ସାଥୀ ଏବଂ ପରିବାର ଲୋକେ ସୂଚନା ଦେଇଛନ୍ତି।
Govt
Leave A Reply