ଆସିକା : କ୍କ୍ୱାରେଣ୍ଟାଇନ ଅବଧି ଶେଷ ପରେ ଘୋଷିତ ପ୍ରୋତ୍ସାହନ ରାଶି ମିଳିନଥିବା ପ୍ରତିବାଦରେ ବଡ଼ ଖୋଲି ରେ ରାସ୍ତା ରୋକ ହୋଇଛି। ପଂଚାୟତ ର ବହୁ ବାସିନ୍ଦା ( ପ୍ରାୟ୬୦୦) ବାହାର ରାଜ୍ୟ ରେ ରହୁଥିବା ବେଳେ ସମ୍ପ୍ରତି କରୋନା ଲକ୍ ଡାଉନ୍ ସମୟରେ ଗ୍ରାମ କୁ ଫେରିଥିଲେ। ରାଜ୍ୟ ସରକାର ଙ୍କ ଆଦେଶ ମୁତାବକ ଫେରିଥିବା ପ୍ରବାସୀ ଓଡ଼ିଆ ଙ୍କ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୧୪ ଦିନ ରହଣି ସାରି ନିଜ ଘର କୁ ଫେରିଥିଲେ।
ଅବଧି ପୂରଣ ପରେ ସରକାର ଙ୍କ ଘୋଷିତ ଦୁଇ ହଜାର ଟଙ୍କା ପ୍ରୋତ୍ସାହନ ମିଳିନଥିବା ରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଆଜି ପଂଚାୟତ କାର୍ଯ୍ୟାଳୟ ରେ ବୁଝିବା ରେ ସେମାନଙ୍କ ଟଙ୍କା ଆସି ନଥିବା ଜାଣି ଏଥିରେ ଉତ୍ତକ୍ଷୀପ୍ତ ହୋଇ ବଡ଼ ଖୋଲି ଠାରେ ଆସିକା ବୁଗୁଡ଼ା ମୁଖ୍ୟ ସଡ଼କ ପଥରେ ରାସ୍ତା ରୋକ କରିଥିଲେ। ବହୁ ସଂଖ୍ୟାରେ ଯାନବାହାନ ରାସ୍ତା ର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା। ବହୁ ସମୟ ଧରି ରାସ୍ତାରୋକ କରିବା ପରେ ଆନ୍ଦୋଳନକାରୀ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ନେଇ କାର୍ଯ୍ୟାଳୟ କୁ ଯାଇଥିବା ଜଣା ଯାଇଛି।
