Odisha news

ବୋରିଗୁମ୍ମା ରେ ୭୧ ତମ ବନ ମହୋତ୍ସବ ପାଳିତ।

0
ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ବନ ବିଭାଗ ପକ୍ଷରୁ ୭୧ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଭୈରବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ି ଫ ଓ ଜେପି ସିଂହ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ବାହିନୀପତି ମନ୍ଦିର ପ୍ରାଙ୍ଗଣରେ ଆମ୍ବ ଗଛ ଲଗାଇ ବୃକ୍ଷ ରୋପଣ ର ଶୁଭାରମ୍ଭ କରିଥିଲେ।ପରେ ଅନ୍ୟ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ।  ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଫରେଷ୍ଟ ରେଞ୍ଜର ଦିଲ୍ଲୀପ କୁମାର ପଟ୍ଟନାୟକ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଯୋଗ ଦେଇ କହିଥିଲେ ଯେ ଚଳିତ ବର୍ଷ ରାଜ୍ୟରେ ୧୫ କୋଟି ବିଭିନ୍ନ ପ୍ରକାର ଚାରା ରୋପଣ ପାଇଁ ସରକାର ଙ୍କ ଯୋଜନା ରହିଛି।
ବିଭିନ୍ନ ପୋଖରୀ ହୁଡାରେ, କେନାଲ କଡରେ, ଖାଲି ଜମିରେ ଓ ବ୍ୟକ୍ତି ବିଶେଷ ଙ୍କ ବାଡ଼ି ବଗିଚାରେ ସମସ୍ତେ ଗଛ ଲଗାନ୍ତୁ ବୋଲି କହିଥିଲେ। ଜୟପୁର ବନ ଖଣ୍ଡ ରେ ଚଳିତ ବର୍ଷ ୧୫ ଲକ୍ଷ ଚାରା ରୋପଣ କରାଯିବ ବୋଲି ଡ଼ି ଫ ଓ କହିଥିଲେ।।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୋଲିସ ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ, ବିଡିଓ ପ୍ରଣୟ ରଂଜନ ବେହେରା, ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଏ ସି ଫ ଓ ପ୍ରମୋଦ ଦତ୍ତ ହିମାଂଶୁ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଏଲ. ନାରାୟଣ, ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଗନ୍ତାୟତ, ଭାନୁ ଦୋରା, କେ.ସୁଧାକର, ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଫରେଷ୍ଟର ନୃସିଂହ ପାଢ଼ୀ, ଜି କେ ଭାରତୀ, ବି ଆର ରନ୍ଧାରୀ, ବନ୍ଧୁ ଖିଲ ଓ ଅନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Ad2
Leave A Reply