Odisha news

ରାଜ୍ୟରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ୮୯୬ ଜଣ କରୋନା ପଜିଟିଭ ଚିହ୍ନଟ,ଏମାନଙ୍କ ମଧ୍ୟରୁ ୧୨୨ ଜଣ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର : ଅସିତ ତ୍ରିପାଠୀ

0

ଭୁବନେଶ୍ୱର: ରାଜ୍ୟରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ୮୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୨ ଜଣ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇଛନ୍ତି । ବାକି ସମସ୍ତେ ବିଦେଶ ଫେରନ୍ତା ଅଥବା ବାହାର ରାଜ୍ୟରୁ ଆସି ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପଠୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ୮୭୬ ଜଣ କରୋନା ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରୁ ୧୨୨ ଜଣ ଲୋକ ସଂସ୍ପର୍ଶରେ ଆସିଥିଲେ । ସୂଚନାଯୋଗ୍ୟ, ଶ୍ରୀ ତ୍ରିପାଠୀ ଯେତେବେଳେ ଏହି କଥା କହିଥିଲେ, ଜଗତସିଂହପୁର ଜିଲ୍ଲାରୁ ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୨୦ ଜଣ ଆକ୍ରାନ୍ତଙ୍କ ସୂଚନା ସଂପର୍କରେ ଘୋଷଣା ହୋଇ ନଥିଲା ।

ମୁଖ୍ୟ ଶାସନ ସଚିବ କରୋନା କହିଛନ୍ତି, କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଉତ୍ସାହଜନକ । ଓଡ଼ିଶାରେ କରୋନା ଜନିତ ମୃତ୍ୟୁହାର ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ । ଭାରତରେ କରୋନା ଜନିତ ମୃତ୍ୟୁହାର ୩.୧୫ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୦.୪୬ ପ୍ରତିଶତ । ଆଜିର ଦିନରେ ଭୁବନେଶ୍ୱରରେ ଆଉ କରୋନା ପଜିଟିଭ ନାହାନ୍ତି । ସେ କହିଛନ୍ତି କ୍ୱାରେଣ୍ଟାଇନ ସେଣ୍ଟରରୁ ମୋଟ ୭୫୪ ଜଣ (ଆଜିର ଜଗତସିଂହପୁର ଜିଲ୍ଲା ନାଉଗାଁ ୧୯ ଓ କୁଜଙ୍ଗରୁ ଜଣେକୁ ଛାଡ଼ି) ସଂଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୭୬ ହଜାର ୩୦୧ ଜଣ ପ୍ରବାସୀ ଫେରିଛନ୍ତି । ଏମାନେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ୮୦ ହଜାର ଓ ବସରେ ୭୨ ହଜାର ପ୍ରବାସୀ ଆସିଛନ୍ତି । ଅନ୍ୟମାନେ ନିଜ ବ୍ୟବସ୍ଥାରେ ଆସିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Leave A Reply