କୋଦଳା : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ଓ ପୋଲସରା ବ୍ଲକ୍ରେ ୧୩୯ରୁ ଉଦ୍ଧ୍ୱର୍ ଏଚ୍.ଆଇ.ଭି. ସଂକ୍ରମିତ ତଥା ବିପଦ ସଙ୍କୁଲ ପରିସ୍ଥିତିରେ ଥିବା ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଏହି କରୋନା ମହାମାରୀ ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତଙ୍କୁ ଘରେ ରୁହନ୍ତୁ ଓ ସୁରକ୍ଷିତ ରହିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଲକ୍ ଡ଼ାଉନ୍ ସମୟରେ ପୃଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ ରହିଛି ।
ଏହାକୁ ଦୃଷ୍ଟିରେ ରଖି ଆଜିମ ପ୍ରେମଜି ଫିଲାନ୍ସଫିକ୍ ଇନିଟେଟିବେ (ଏ.ପି.ପି.ଆଇ) ସହାୟତା ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ୮ଟି ବ୍ଲକ୍ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ପ୍ରକି୍ରୟା ମାଧ୍ୟମରେ ୯୦୦ ରୁଦ୍ଦ୍ୱର୍ ପରିବାରକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ମଙ୍ଗଳବାର କୋଦଳା ଦଣ୍ଡିଶ୍ୱର ମନ୍ଦିର, ମଠସରସିଙ୍ଗ ପଞ୍ଚାୟତ ଗୃହ, ସାତନଳ ଛକ ପ୍ରଭୃତି ସ୍ଥାନରେ ସ୍ୱେଚ୍ଛାସେବୀ ମାନେ ଏହି ସହାୟତା ପ୍ରଦାନ କରିଥିଲେ ।
ସାମଜିକ ଦୂରତ୍ୱରେ ରହିବା ମାକ୍ସ ପିନ୍ଧିବା ସହ କିପରି ନିଜ ହାତକୁ ସଫା କରିବା ସେ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା । ସଚେତନ ଓ ନିୟମିତ ଏ.ଆର୍.ଟି ସେବନ ଦ୍ୱାରା ଏହି ମହାମାରୀକୁ ରୋକାଯାଇପାରିବ ବୋଲି ଅରୁଣାର ସମ୍ପାଦିକ ଶ୍ରୀମତୀ ସୋ÷ଦାମିନୀ ରଥ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମାର୍କଣ୍ଡ ମିଶ୍ର,ଦେବୀଦତ୍ତ ରଥ, ବିପିନ ଚନ୍ଦ୍ର ଦିଗଲ, ଶୁସାନ୍ତ ମଣ୍ଡଳ, ପ୍ରମୋଦ ଜେନା, କାଶିନାଥ ସାହୁ, ସମରେନ୍ଦ୍ର ଶତପଥି ପ୍ରମୁଖ ଉପସ୍ଥିତ ରହି ପରି ପରିଚଳନା କରିଥିଲେ ।