ଖୋର୍ଦ୍ଧା : ବୋଲଗଡ ଥାନା ଅନ୍ତର୍ଗତ ଅସରଳା ଗ୍ରାମରେ ଅବକାରୀ ପୁଲିସ ର ଏକ ଟିମ ଚଢାଉ କରି୭୫କେଜି ଗଞ୍ଜେଇ ବସ୍ତା ସମେତ ନଗଦ ୨ଲକ୍ଷ ୬ହଜାର ଟଙ୍କା ଓ ଏକ ଇଣ୍ଡିକା କାର କୁ ଜବତ କରିଛି । ତେବେ ଏହି ଘଟଣାରେ ଜଣେ ମହିଳା ବ୍ୟବସାୟୀ ମୀରାରାଣୀ ମହାପାତ୍ର(୨୯)ଙ୍କୁ ଅବକାରୀ ପୁଲିସ ଗିରଫ କରିଛି ।
ଘଟଣାରୁ ପ୍ରକାଶ, କରୋନା ସଂକ୍ରମଣ ଦେଶ ସମେତ ରାଜ୍ୟକୁ ଘାରିଥିବାବେଳେ ଓ ସମଗ୍ର ରାଜ୍ୟ ଲକଡାଉନରେ ଥିବାବେଳେ ଏହାର ବେଶ ଫାଇଦା ଉଠାଉଛନ୍ତି କିଛି ନିଶାବେପାରୀ । ପୁଲିସ ଲକଡାଉନ ଡ୍ୟୁଟିରେ ବ୍ୟସ୍ତ ରହିଥିବାବେଳେ ଅବକାରୀ ବିଭାଗକୁ ଚକମା ଦେଖାଇ ଖୋର୍ଦ୍ଧା ଓ ଏହାର ଆଖପାଖ ଅଚଂଳରେ ଚାଲିଛି ବ୍ୟାପକ ନିଶା କାରବାର । ସହର ଅପେକ୍ଷା ବିଶେଷତଃ ଗ୍ରାମାଚଂଳରେ ଚାଲିଛି ଗଂଜେଇ, ମଦ ଓ ବ୍ରାଉନ ସୁଗାର କାରବାର ।
ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ସେଭଳି କୈାଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ଚୋରା ନିଶା ବେପାରୀଙ୍କ ଏବେ କଚେ ପୁଅ ବାର । ସେମାନେ ଖୁଲମଖୁଲା ନିଶା କାରବାର ଚଲାଇଥିବା ଦେଖିବାକୁ ମିଳିଛ ିା କାଁ ଭାଁ ପୁଲିସର ପ୍ରଚେଷ୍ଟାରେ ଅବକାରୀ ବିଭାଗ ଚଢାଉ କରି ନିଜର ବାହାବାପଣିଆ ଦେଖାଉଥିବା ଜଣାଯାଇଛି ।
ତେବେ ଏପରି ଏକ ଘଟଣା ଆଜି ଘଟିଛି ଖୋର୍ଦ୍ଧା ସ୍ଥିତ ବୋଲଗଡ ବ୍ଲକ ଅର୍ନ୍ତଗତ ଅସରଳା ଗ୍ରାମରେ । ଏହି ଗ୍ରାମରେ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ ପୁଲିସ ସହାୟତାରେ ଅସରଳା ଗ୍ରାମରେ ଚଢାଉ କରି ଏକ କାରକୁ ଜବତ କରିବା ସହିତ ୭୫ କେଜି ଗଂଜେଇ, ନଗଦ ୨ଲକ୍ଷ ୬ ହଜାର ଟଙ୍କା ଜବତ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଜଣେ ମହିଳା ମୀରାରାଣୀ ମହାପାତ୍ର(୨୯)ଙ୍କୁ ଅବକାରୀ ବିଭାଗ ଗିରଫ କରି ଆଜି ଖୋର୍ଦ୍ଧା କୋର୍ଟ ଚାଲାଣ କରିଛି