Odisha news

ବାରିପଦାରେ ବିରଳ ପ୍ରଜାତିର ତମ୍ବା ମୁଣ୍ଡିଆ ସାପ: ଲୋକମାନେ ପିଟିପିଟି ମାରିଦେଲେ

0

ବାରିପଦା : ବାରିପଦା ବନଖଣ୍ଡ ଅନ୍ତର୍ଗତ ଅଞ୍ଚଳରେ ଏକ ବିରଳ ପ୍ରଜାତିର ସାପକୁ ପିଟିପିଟି ମାରିଦେବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ବିରଳ ପ୍ରଜାତିର ସାପଟିକୁ ବାଟୁଳି ସାହାଯ୍ୟରେ ଲୋକମାନେ ପିଟିପିଟି ମାରିଦେଇଥିବା ଜଣାଯାଇଛି । ଏହିପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନାଞ୍ଚଳ ଅଧୀନସ୍ଥ ବହଳଦା ବିଟ୍ ଅନ୍ତର୍ଗତ ଗିରିଶଚନ୍ଦ୍ରପୁର ଗ୍ରାମରେ । ସାପଟି ହେଉଛି ଏକ ବିରଳ ପ୍ରଜାତିର ତମ୍ବା ମୁଣ୍ଡିଆ ଟି୍ରଙ୍କେଟ । ଏହି ସାପଟି ସିଡୁ୍ୟଲ୍-୨ ପ୍ରଜାତିର ବୋଲି କୁହାଯାଉଅଛି । ଏହାର ଲମ୍ବ ପ୍ରାୟ ୯ ଫୁଟ ଓ ବୟସ ୧୦ବର୍ଷରୁ ଉଦ୍ଧ୍ୱର୍ ହେବ ବୋଲି ଅନୁମାନ କରାଯାଉଛି । ଏନେଇ ବନବିଭାଗ ପକ୍ଷରୁ ସାପଟି କିପରି ମଲା ସେ ନେଇ ତଦନ୍ତ କରାଯିବ ବୋଲି ସଫେଇ ଦେଇଛନ୍ତି । ତେବେ ଏହି ଅଞ୍ଚଳରେ ବାରମ୍ବାର ଏହିପରି ଘଟଣା ଘଟୁଥିବାର ନଜର ଆସୁଛି ।

Leave A Reply