Odisha news

ନିପୋଟିଜମ୍‌ ଉପରେ ଅନନ୍ୟାଙ୍କ ସ୍ପଷ୍ଟୀକରଣ

0

ବଲିଉଡ୍‌ରେ ନିପୋଟିଜମ୍‌ (ପରିବାରବାଦ)କୁ ନେଇ ତର୍କ ସାଧାରଣ କଥା । ଅନେକ ଏହାକୁ ଡିଫେଣ୍ଡ୍‌ କରନ୍ତି ତ କେତେକ ଏହା ବିରୋଧରେ ମତ ରଖନ୍ତି । ଏବେ ସୋସାଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି
ଯେଉଁଥିରେ ନେପୋଟିଜମ୍‌ ଉପରେ ଅନେକ ଷ୍ଟାର୍‌ ନିଜ ମତାମତ ରଖୁଛନ୍ତି । ଏହି ଭିଡିଓରେ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌ ୨’ରୁ ବଲିଉଡ୍‌ରେ ଡେବୁ୍ୟ କରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ‘ଗଲି ବଏ’ ଆକଫର ସିଦ୍ଧାନ୍ତ ଚତୁର୍ବେଦୀଙ୍କ ମଧ୍ୟରେ ନେପୋଟିଜମ୍‌କୁ ନେଇ ଯୁକ୍ତି ହେଉଥିବା ଦେଖିବାକୁ ମିଳିଛି । ଅନନ୍ୟା ନିପୋଟିଜମ୍‌କୁ ଡିଫେଣ୍ଡ୍‌ କରୁଥିବାବେଳେ ସିଦ୍ଧାନ୍ତ ତାଙ୍କ ସମସ୍ତଙ୍କୁ ଚୁପ୍‌ କରିଦେଇଛନ୍ତି । ଏହି ଭିଡିଓ ରାଜୀବ ମସନ୍ଦଙ୍କ ଇଣ୍ଟରଭୁ୍ୟ ଶୋ’ର । ଅନନ୍ୟା କହିଛନ୍ତି ‘ଏସବୁ ଦେଖିବାକୁ ଭଲ ଲାଗେ ଯେ ମୋତେ ସବୁ ସହଜରେ ମିଳିଯାଇଛି । ମୁଁ ଆକଫର ହେବାକୁ ଚାହୁଁଥିଲି । ଲୋକେ କୁହନ୍ତି ମୋତେ ଏଥିପାଇଁ ସଂଘର୍ଷ କରିବାକୁ ପଡ଼ିନି । କିନ୍ତୁ ବାସ୍ତବରେ ଏପରି ନୁହେଁ । ଚଙ୍କି ପାଣ୍ଡେଙ୍କ ଝିଅ ହୋଇଥିବାରୁ ମୁଁ ଭାଗ୍ୟଶାଳୀ, ଏକଥା ସତ । ମୋ ପ୍ରଥମ ଫିଲ୍ମ ଏକ ବର୍ଷ ବିଳମ୍ବ ହୋଇଯିବାରୁ ମୋ ବାପା ଶୁଭକାମନା ଜଣାଇ ନ ଥିଲେ । କାରଣ ସେ ଜାଣିଛନ୍ତି ଏଠାରେ କିଛି ବି ହୋଇପାରେ । ମୋ ବାପା କେବେ ଧର୍ମା ଫିଲ୍ମ ସହ କାମ କରିନାହାନ୍ତି । ତାଙ୍କୁ କେବେ କଫି ୱିଦ୍‌ କରଣରେ ନିମନ୍ତ୍ରଣ କରାଯାଇନାହିଁ । ସମସ୍ତଙ୍କ ରାସ୍ତା ଅଲଗା ।’ ସିଦ୍ଧାନ୍ତ ଉତ୍ତରରେ ଦେଇ କହିଥିଲେ ‘ହଁ ସମସ୍ତଙ୍କ ନିଜର ଜର୍ନି ଅଛି । ତଫାତ୍‌ ଏତିକି ଯେଉଁଠି ଆମ ସ୍ୱପ୍ନ ପୂରା ହୁଏ ସେଠାରେ ଏମାନଙ୍କ ସଂଘର୍ଷ ଆରମ୍ଭ ହୁଏ ।’ ତାଙ୍କର ଏହି ଜବାବ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଥିଲା ଓ ଏହି ଭିଡିଓ ସୋସାଲ ମିଡିଆରେ ଖୁବ୍‌ ସେୟାର କରାଯାଉଛି ।

Leave A Reply