ଭୁବନେଶ୍ୱର,୨/୧ : ଟ୍ରାଫିକ ଛକରେ ରେଡ୍ ଲାଇଟ୍ ଉଲ୍ଲଂଘନ କଲେ , ମଦ୍ୟପାନ କରି ଗାଡି ଚଳାଇଲେ , ମାଲବାହୀ ଗାଡିରେ ଓଭର ଲୋଡିଂ ହେଲେ ଓ ଯାତ୍ରୀ ବାହୀ ଗାଡିରେ ମାଲ୍ ପରିବହନ କଲେ ଡିଏଲ ବାତିଲ ହେବ । ନିର୍ଦ୍ଧାରିତ ବେଗ ଠାରୁ ଅଧିକ ବେଗରେ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରିବହନ କମିଶନର ସବୁ ଆରଟିଓ ମାନଙ୍କୁ ଚିଠି ଲେଖି ଏସମ୍ପର୍କରେ ଜଣାଇଛନ୍ତି ।