ଆନନ୍ଦପୁର: ଓଡ଼ିଶା ସୀମା ବର୍ତ୍ତୀ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲା ଟଣ୍ଟୋ ଥାନା ଅନ୍ତର୍ଗତ କୋହ୍ଲାନ ଜଙ୍ଗଲରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ସ ଗୁଳି ମାଡ଼ରେ ଆନନ୍ଦପୁରର ଶୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହେବା ପରେ ଶନିବାର ପୂର୍ବାହ୍ନରେ ସିଆରପିଏଫ ଜବାନ ମାନେ ଆନନ୍ଦପୁର ବାସଭବନରେ ପହଞ୍ଚିଥିଲେ। ସେଠାରେ ଏପରି ଶୋକାକୁଳ ପରିବେଶ ଉପୁଜିଥିଲା ଏହା ପୂର୍ବରୁ ତାଙ୍କ ମରଶରୀରକୁ ଏକ ବିରାଟ ପଟୁଆରରେ ଘଷିପୁରା, ଶାଳପଡା ଓ ଆନନ୍ଦପୁର ସହରର ପରିକ୍ରମା କରିବା ସମୟରେ ହଜାର ହଜାର ଜନତା ଯୋଗ ଦେଇ ଶୁଶାନ୍ତ ଅମରରହେ ସ୍କୋଗାନ ଦେଇଥିଲେ। ଏହି ପଟୁଆରରେ। ସହରାଞ୍ଚଳ ଓ ଗ୍ରାମାଞ୍ଚଳ, ଛାତ୍ର ଛାତ୍ରୀମାନ, ଏନସିସି ଛାତ୍ର ଛାତ୍ରୀମାନ ଓ ସମସ୍ତ ବର୍ଗର ବାସସ୍ଥଳୀରେ ପହଞ୍ଚି। ସୂଚନାଯୋଗ୍ୟ ସହିଦ୍ ଶୁଶାନ୍ତକୁ ପ୍ରଥମେ ଘସିପୁରା ଥାନାଠାରେ ଗାଡ ଅଫ ଅନର ଦିଆଯାଇଥିଲା। ଓ ସେଠାରେ ଉପସ୍ଥିତ ଥିବା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଏବଂ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ଶେ।କସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଶୁଶାନ୍ତଙ୍କ ମରଶରୀର ପହଞ୍ଚିବା ପୂର୍ବରୁ ସିଆରପିଏଫ ଆଇଜି ସନ୍ଦିପ୍ ଖରୱ।ର ତାଙ୍କ ପରିବାରକୁ ଭେଟିଥିଲେ। ସହିଦ ଶୁଶାନ୍ତ ବାସଭବନରେ ପହଞ୍ଚିବା ପରେ ତାଙ୍କ ମା ପତ୍ନୀ ଓ ପରିବାର ବର୍ଗ ଶେଷ ଦର୍ଶନ କରିଥିଲେ। ଶେଷରେ ତାଙ୍କୁ ବୈତରଣୀ ନଦୀକୁ ଶେଷ କୃତ ସମ୍ପନ୍ନ ପାଇଁ ନିଆଯାଇଥିଲା। ସେଠାରେ ତାଙ୍କର ପାର୍ଥିବ ଶରୀରକୁ ଗାଡ ଅଫ ଅନର ଓ ତୋପ ସଲାମୀ ପରେ ରାଷ୍ଟ୍ରମର୍ଯ୍ୟାଦା ସହିତ ଶବଶଶ୍ନାର ସମ୍ପନ୍ନ କରାଯାଇଥିଲା । ସେଠାରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ସିଆରପିଏଫ ଆଇଜି, ବିଧାୟକ ଭାଗୀରଥି ସେଠୀ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ।