ବେତନଟୀ : ଖୁଣ୍ଟାପୁର ପଡ଼ିଆ ପାଇଁ ଆଜି ଏକ ଐତିହାସିକ ଦିନ ଥିଲା। ମୂଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଦ୍ୱିତୀୟ ଦିନରେ ମୟୂରଭଞ୍ଜ ଗସ୍ତରେ ଆସିଥିବା ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ ଆଜି ମଧ୍ୟାହ୍ନରେ ଖୁଣ୍ଟାପୁର ପଡ଼ିଆରେ ଅବତରଣ କରିବା ପରେ ତାଙ୍କୁ ପାରମ୍ପରିକ ନୃତ୍ୟ ବାଦ୍ୟ ସହିତ ସ୍ଵାଗତ କରାଯାଇଥିଲା। ଉପସ୍ଥିତ ଜନତାଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହ ସେ ସେମାନଙ୍କୁ ଉଦ୍ବୋଧନ ଦେଇଥିଲେ।ମିଶନ ଶକ୍ତିର ସହସ୍ରାଧିକ ମହିଳା, ସାଧାରଣ କର୍ମୀ, ସରକାରୀ କର୍ମଚାରୀ, ମହାବିଦ୍ୟାଳଯୁଗ ଅଧ୍ୟକ୍ଷା /ଅଧ୍ୟାପକ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ସମେତ କୋଡ଼ିଏ ହଜାରରୁ ଅଧିକ ଜନ ସାଧାରଣ ଯୋଗ ଦେଇଥିଲେ। ଯୋଗଦେଇଥିବା ମହାବିଦ୍ୟାଳୟ ମଧ୍ୟରେ
ବୈଶିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ କୁ ‘୫-ଟି’ରେ ଅନ୍ତର୍ଭୁକ୍ତ କରି ଅନୁଦାନ ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ସାଇନ୍ସ ଲାବୋରେଟୋରୀ ହେବା ସହ ମହାତ୍ମା ଗାନ୍ଧୀ କଲେଜ ରୂପାନ୍ତରଣ ସହିତ ନୂତନ ବର୍ଷରେ ନୂତନ ସ୍ମାର୍ଟ କ୍ଲାସରେ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ ବୋଲି ସେ କହିଥିଲେ। ଏହା ବ୍ୟତୀତ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ମନ୍ଦିର, ମସଜିଦ, ଚର୍ଚ୍ଚ ଗୁଡିକର ଉନ୍ନତିକରଣ କାର୍ଯ୍ୟ ପାଇଁ ସାତ ଦିନ ମଧ୍ୟ୍ୟରେ ପ୍ୟାକେଜ ଘୋଷଣା କରିବେ । ଅଭିଯୋଗ ପତ୍ର ଗୁଡିକ ସମାଧାନ କରାଯିବ ବୋଲି ସଚିବ ସୂଚନା ଦେଇଥିଲେ। ମୁଖ୍ୟତଃ ପାନୀୟ ଜଳ ସମସ୍ୟାକୁ ନେଇ ସଭାକାର୍ଯ୍ୟ ଶେଷ ହେବା ପରେ ସନ୍ଧ୍ୟା ସୁଦ୍ଧା ବିଭାଗୀୟ ଅଧିକାରୀମାନେ ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର,ବେତନଟି ପୋଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସଜାଗ ରହିଥିବା ବେଳେ ଏସ୍.ପି., ଆଇ.ଜି ତଦାରଖ କରିଥିଲେ।