Odisha news

ନଣ୍ଡାବର ଗ୍ରାମରେ ବିଜେଡି ପଞ୍ଚାୟତ  ମହିଳା ସମ୍ମିଳନୀ 

0
ଆନନ୍ଦପୁର : ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଗ୍ରାମ ପଞ୍ଚାୟତର ନଣ୍ଡାବର ଗ୍ରାମରେ   ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମାବେଶରେ ମୁଖ୍ୟ ଅତିଥି  ଘଷିପୁରା  ପ୍ରଫେସର ବିଧାୟକ ବଦ୍ରିନାରାୟଣ ପାତ୍ର ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଜନହିତକର  ଯୋଜନା  ସମ୍ବନ୍ଧରେ ମହିଳା ମାନଙ୍କୁ ଅବଗତ କରାଇଥିଲେ।ଉକ୍ତ ସମାବେଶରେ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଧାରାଣୀ ଧିର, ସମିତି ସଭ୍ୟା ସରୋଜିନୀ ଜେନା, ପଞ୍ଚାୟତ ର ବିଜେଡି ସଭାପତି ପ୍ରଦୀପ ଧିର, ମହିଳା ମାନଙ୍କୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।ଉକ୍ତ ସମାବେଶରେ ନଣ୍ଡାବର ଗ୍ରାମର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଓ ଗ୍ରାମ ବାସୀ ବୃନ୍ଦ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।ଉକ୍ତ ସମାବେଶ କୁ  ଅଜିତ୍ ଧିର,ସୁଜିତ ଧୀର, ସନ୍ତୋଷ ଧିର, ସୌମେନ୍ଦ୍ର ଧିର, ବନୋଜ ବେହେରା, ସ୍ୱାଗତ ଧିର, ବିଶ୍ଵଜିତ ଧିର,  ଶାନ୍ତନୁ ଦାଶ, ବିଦ୍ୟାଧର ଜେନା,ଦୈତାରି ଜେନା, ସୁଦର୍ଶନ ଜେନା, କୃଷ୍ଣ ଚନ୍ଦ୍ର ପରିଡା, ସଞ୍ଜୟ ବେହେରା, ଶିଶିର ଜେନା, ଇତ୍ୟାଦି ସହଯୋଗ କରିଥିଲେ

Leave A Reply