ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ତରୁଆଁ ପଞ୍ଚାୟତ ର ବଣିଆପଶି ଗ୍ରାମରେ ଦଶମ ବାର୍ଷିକ ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ୮ଟି ଦଳ କୁ ନେଇ ଖେଳ ଆରମ୍ଭ ହୋଇଥିବା ବେଳେ ଫାଇନାଲରେ ବାପୁଜୀ ସ୍ପୋଟ୍ରିଙ୍ଗ୍ କ୍ଲବ, ହାତୀବାରୀ ଓ ଯାଜପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ ବହୁତ ସଂଘର୍ଷପୁର୍ଣ୍ଣ ମ୍ୟାଚ ହୋଇଥିଲା ।ପ୍ରଥମେ ବ୍ୟାଟିଂ କରି ଯାଜପୁର ନିର୍ଦ୍ଧାରିତ ୨୦ ଓଭର ରେ ୮ ୱିକେଟ ହରାଇ ୧୯୪ ରନ୍ କରିଥିଲେ। ଜବାବରେ ହାତୀବାରି ୮ ୱିକେଟ ହରାଇ ୧୯୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ତରୁଆଁ ସରପଞ୍ଚ ରଶ୍ମିରଞ୍ଜିତା ବେହେରା, ସାଳଦେଇ ସମବାୟ ସମିତି ସଭାପତି ବିଶ୍ଵରଞ୍ଜନ ବେହେରା,ତରୁଆଁ ପଞ୍ଚାୟତ ବିଜେଡି ସଭାପତି ସୁରେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ମଦନମୋହନ ନାୟକ, ଗଡବାନ୍ଧଗୋଡ଼ା ପୂର୍ବତନ ସରପଞ୍ଚ ଶୁଶାନ୍ତ ବିଶ୍ଵାଳ ଯୋଗଦେଇ ଚାମ୍ପିଅନ ଓ ରନର୍ସ ଅଫ୍ ଦଳକୁ ପୁରସ୍କୃତ କରିଥିଲେ। ମ୍ୟାନ ଅଫ୍ ଦ ମ୍ୟାଚ୍ ହାତୀବାରି ଏକାଦଶ ରୁନ୍ଦ୍ର ନାରାୟଣ ରାଉତ , ମ୍ୟାନ ଅଫ୍ ଦ ସିରିଜ୍ ଯାଜପୁର ର ପିତାମ୍ବର ରାଉତ ହୋଇଥିଲେ । ଦେବେନ୍ଦ୍ର ଚକ୍ର, କଳାକାର ଘଡେ଼ଇ ମ୍ୟାଚ ପରିଚାଳନା କରିଥିଲେ। ସୁଶାନ୍ତ ସା ଧାରାବିବରଣୀ ଦେଇଥିଲେ। ସନ୍ତୋଷ ଘଡେ଼ଇ ,ଅଶ୍ଵିନୀ ଜେନା , ଦେବାଶିଷ ଦାସ ସ୍କୋରର ଥିଲେ। ବଣିଆପଶି ଗ୍ରାମର ମା ମଙ୍ଗଳା କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଖେଳ କୁ ପରିଚାଳନା ରେ ସହଯୋଗ କରିଥିଲେ
