Odisha news

ଜାତୀୟ ରାଜପଥରେ ଦୁର୍ଘଟଣା : ହାଇୱା-ଟ୍ରେଲର ମୁଁହାମୁଁହି ଜଣେ ମୃତ ଦୁଇ ଗୁରୁତର

0

ଚଣ୍ଡିଖୋଲ : ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ଦଳଗାଁ ଛକ ନିକଟରେ ଆଜି ଏକ ହାଇୱା ଓ ଟ୍ରେଲର ମଧ୍ୟରେ ମୁଁହାମୁଁହି ଧକ୍କା ହେବା ଫଳରେ ଘଟଣାରେ ସ୍ଥଳରେ ହାଇୱା ଚାଳକଙ୍କର ମୃତୁ୍ୟ ଘଟିଥିବା ବେଳେ ଟ୍ରେଲରର ଚାଳକ ଓ ଖଲାସୀ ଗୁରୁତର ଆହତ ହୋଇଥିଲେ । ଆହତ ଦ୍ୱୟଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲକୁ ନିଆଯାଇଥିଲା । ଟ୍ରେଲର ଚାଳକ ବିହାରର ତ୍ରିବେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁୁ ପ୍ରାଥମିକ ଚିକିସ୍ôା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିବାର ଜଣାଯାଇଛି ।

ପ୍ରକାଶଯେ ଆଜି ମଧ୍ୟାହ୍ନରେ କଳିଙ୍ଗନଗର ସ୍ଥିତ ଟାଟାଷ୍ଟିଲରୁ କଏଲ ବୋଝେଇକରି ଏକ ଟ୍ରେଲର (ଏନଏଲ୦୧ଜି ୬୯୩୯) ହାଇଦ୍ରାବାଦ ଅଭିମୂଖେ ଯାଉଥିବା ବେଳେ ଚଣ୍ଡିଖୋଲ-ଡୁବୁରି ଜାତୀୟ ରାଜପଥର ଦଳଗାଁ ଛକ ନିକଟରେ ବିପରୀତ ଦିଗରୁ ଦ୍ରୁତଗତୀରେ ଆସୁଥିବା ଏକ ହାଇୱା (ଓଡି୦୪ଏମ ୮୦୮୩) ଟ୍ରେଲରକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହାଇୱା ଚାଳକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଳିପଦ ଗ୍ରାମର ଦିନବନ୍ଧୁ ବେହେରାଙ୍କ ପୁଅ ସରୋଜ ବେହେରା (୩୭)ଙ୍କର ମୃତୁ୍ୟ ଘଟିଥିଲା । ଟ୍ରେଲରର ଚାଳକ ଓ ହେଲପର ଗୁରୁତର ଆହତ ହୋଇଥିଲେ ।

ଆହତ ଦ୍ୱୟଙ୍କୁ ସାଇଜର କଂପାନୀ ନିଜସ୍ୱ ଗାଡି ଯୋଗେ ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟାମେଡିକା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଚାଳକ ବିହାର ଅଂଚଳର ତ୍ରିବେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସ୍ôା ପରେ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାପରେ ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଥିଲା ।

ଖବରପାଇ ଜେନାପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ସଦଳବଳେ ଘଟଣା ସ୍ଥଳରେ ପହଁଚି ରାସ୍ତା ଅବରୋଧ ହଟାଇବା ସହ ଶବଟିକୁ ବ୍ୟବଛେଦ ନିମନ୍ତେ ଦାନଗଦି ମେଡିକାଲକୁ ପଠାଇଛନ୍ତି । ପୁଲିସ ପକ୍ଷରୁ ୧୩୫/୨୦ରେ ଏକ ମାମଲା ରୁଜୁ କରାଯିବା ସହ ଦୁର୍ଘଟଣାର ତଦନ୍ତ ଚଳାଇଛନ୍ତି । ଏହି ରାଜପଥର ଦୋହରିକରଣ କାର୍ଯ୍ୟ ଚାଲୁ ରହିଥିବାରୁ ରାସ୍ତାପାଶ୍ୱର୍କୁ ପ୍ରାୟ ୫ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳା ଯାଇଛି । ରାସ୍ତାକାମ ସଂପର୍କରେ କୈାଣସି ସୂଚନା ଫଳକ ଲାଗିନଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ଆଲୋଚନା ହେଉଛି ।

Leave A Reply