Odisha news

ବ୍ୟାଙ୍କକୁ ଡର,ଏଟିଏମ ଅଚଳ,ଚିନ୍ତାରେ ତୁଡିଗଡିଆବାସୀ

0

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ତୁଡିଗଡିଆ ବଜାର ତଥା ତତ୍ ସଂଲଗ୍ନ ଗ୍ରାମବାସୀଙ୍କର ଚିନ୍ତା ୧୦ଗୁଣ ବଢି ଯାଇଛି । ଏଠାରେ ଥିବା ଏକମାତ୍ର ବ୍ୟାଙ୍କ ଶାଖାରେ ପ୍ରଶସ୍ତ ଯାଗା ଅଭାବରୁ ଗ୍ରାହକ ମାନେ ବ୍ୟାଙ୍କ ଯିବାକୁ ଭୟ କରୁଛନ୍ତି । ସେପଟେ ବଜାରରେ ଥିବା ୨ଟି ଏ.ଟି.ଏମ୍ ମଧ୍ୟ ଏବେ ଅଚଳ । ଏଣୁ ଗ୍ରାହକଙ୍କୁ ଅର୍ଥଚିନ୍ତା ଘାରିଥିବା ବେଳେ ଅଧିକାରୀ ମାନେ ଚୁପ ରହିବା ଗ୍ରାହକ ମାନଙ୍କ ମନରେ ହତାଶାଭାବ ଜାଗ୍ରତ ହୋଇଛି ।

ପ୍ରକାଶ ଯେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଏଟିଏମ ଟି ମାର୍ଚ୍ଚ ମାସରୁ ଅକାମୀ ହୋଇ ରହିଥିଲା । ସେପଟେ ଆସୁଥିବା ଗ୍ରାହକ ମାନେ ବ୍ୟାଙ୍କ ଅଫ ଇଣ୍ଡିଆ କାର୍ଯ୍ୟାଳୟ ତଥା ଅନ୍ୟତମ ଏକ୍ସିସ ଏଟିଏମରୁ ଟଙ୍କା କାରବାର କରୁଥିଲେ । ହେଲେ ୧୫ଦିନ ତଳେ ବ୍ୟାଙ୍କ ଶାଖାର ଜଣେ କର୍ମଚାରୀଙ୍କ ପଡୋଶୀ କରୋନା ସଂକ୍ରମିତ ହେବା ପରେ ବ୍ୟାଙ୍କକୁ ବିଶୋଧନ କରାଯିବା ସତ୍ତ୍ୱେ ଶାଖା କାର୍ଯ୍ୟାଳୟକୁ ଯିବାକୁ ଗ୍ରାହକ ମାନେ ଭୟ କରୁଛନ୍ତି । ସେପଟେ ଗ୍ରାହକ ମାନେ ମୁଖ୍ୟତଃ ଏବେ ନିର୍ଭର କରୁଥିବା ଏକ୍ସିସ ଏଟିଏମକୁ ବୁଧବାର ଦିନ ଦୁର୍ବୃତ୍ତମାନେ ଭାଙ୍ଗି ଟଙ୍କା ଚେରି କରି ନେଇଯିବା ପରେ ଗ୍ରାହକମାନେ ହତୋତ୍ସାହିତ ହୋଇ ପଡିଛନ୍ତି ।

ସେପଟେ ପୋଲିସ ହୋମଗାର୍ଡ ମାନଙ୍କ ରାତି ଡୁ୍ୟଟି ସତ୍ତ୍ୱେ ଏଭଳି ଚୋରୀ ସାଧାରଣ ଲୋକଙ୍କୁ ସନେ୍ଦହରେ ପକାଇଛି । ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଅଚଳ ସମ୍ପର୍କରେ ଶାଖା ପରିଚାଳକ ନଗେନ୍ଦ୍ର ନାୟକଙ୍କୁ ପଚାରିବାରେ ସେ ମୂଖ୍ୟ କାର୍ଯ୍ୟାଳୟକୁ ଏ ବିଷୟରେ ଜଣାଇଛନ୍ତି । ସେମାନେ  ତାଙ୍କ ସୁବିଧା ଅନୁଯାୟୀ ଲଗାଇବେ ବୋଲି କହିଛନ୍ତିା

Leave A Reply