ନୀଳଗିରି : ନୀଳଗିରିର ଉପଖଣ୍ଡ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟାକୁ ନେଇ ନୀଳଗିରି ସିପିଆଇ(ଏମ୍) ଶାଖା ପକ୍ଷରୁ ଆସନ୍ତା ଅଗଷ୍ଟମାସ ୭ ତାରିଖ ଦିନ ଡ଼ାକ୍ତରଖାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ବାଲେଶ୍ୱର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ର ସୂଚନା ଦେଇଛନ୍ତି ।
ନୀଳଗିରି ଡ଼ାକ୍ତରଖାନାରେ ଖାଲିପଡ଼ିଥିବା ସମସ୍ତ ଡାକ୍ତରପଦବୀ ପୂରଣ ସହ ନୀଳଗିରି ଡ଼ାକ୍ତରଖାନାରୁ ଡ଼େପୁଟେସନରେ ଯାଇଥିବା ସମସ୍ତ ଡ଼ାକ୍ତର ଓ ନର୍ସଙ୍କୁ ଫେରାଇ ଅଣାଯିବା ନୀଳଗିରି ଉପଖଣ୍ଡରେ ଥିବା ସମସ୍ତ ପିଏଚ୍ସି, ସିଏଚ୍ସିରେ ଖାଲିପଡ଼ିଥିବା ପଦବୀ ପୂରଣ, ନୀଳଗିରି ଡ଼ାକ୍ତରଖାନାରେ ନିଶାଡ଼ାକ୍ତର, ଭେଷଜ ଡ଼ାକ୍ତର ,ଆଖିଡାକ୍ତର, ଦାନ୍ତଡାକ୍ତର ନିଯୁକ୍ତି ଆଦି ଦାବି ଅନ୍ୟତମ କରୋନା ସମୟରେ ରୋଗୀମାନଙ୍କୁ ସଠିକ୍ ଚିକିତ୍ସା କରାଯିବା ଆଦି ଦାବି ନେଇ ଏହି ଗଣଧାରଣା ଦିଆଯିବ ବୋଲି ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।