Odisha news

ନିମାପଡା ଉପକାରାଗାରର ପୁଣି ଜଣେ କଏଦୀଙ୍କୁ କରୋନା

0

ନିମାପଡା :ନିମାପଡା ଉପକାରାଗାର ପୁଣି ଜଣେ ବିଚାରଧିନ ୨୫ ବର୍ଷିୟ କଏଦୀଙ୍କୁ କରୋନା ହୋଇଥିବା ଜଣାପଡିଛି ।ପ୍ରକାଶ ଯେ,ପୁରୀ ଜିଲ୍ଲା ଅସ୍ତରଂଗ ଥାନା ଅଂଚଳର ଜଣେ ୨୫ ବର୍ଷର ଯୁବକ ଏକ ହତ୍ୟା ମାମଲାରେ ଗିରଫ ହୋଇ ନିମାପଡା ଉପକାରାଗାରରେ ରହିଆସୁଛନ୍ତି  ।ଗତ ୨୫ ତାରିଖରେ ସେ ଅସୁସ୍ଥ ହେବାରୁ ତାଙ୍କୁ ଚିକିସôା ପାଇଁ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ମେଡିକାଲକୁ ପଠାଇ ଦିଆଯାଇଥିଲା ।

ସେଠାରେ ତାଙ୍କର ଆଟିଂଜେନ ଟେଷ୍ଟ କରାଯିବାରେ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ତାଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା  ।ଆଜି ଉକ୍ତ କଏଦୀଙ୍କ ସ୍ୱାବ୍ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଛି ।ଆକ୍ରାନ୍ତ କଏଦୀ ଜଣକଙ୍କୁ ଜେଲରେ ଥିବା କ୍ୱାରେନଟାଇନ ସେଂଟରରେ ରଖାଯାଇଛି ।ଜେଲର ଅନ୍ୟ କଏଦୀ ଓ କର୍ମଚାରୀଙ୍କ ସ୍ୱାବ୍ ନମୁନା ପରୀକ୍ଷା କରାଯିବ ବୋଲି ଜେଲର ସନ୍ତୋଷିନୀ ଦାଶ ସୂଚନା ଦେଇଛନ୍ତି ।ଏହା ପୁର୍ବରୁ ଉକ୍ତ ଜେଲରେ ଜଣେ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Leave A Reply