Odisha news

ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣା ଗ୍ରସ୍ତ , ଗାଡ଼ି ଓଲଟି ପଡ଼ିବାରୁ ୫/୬ଟି ଗୋରୁ ଆହତ

0

ନୀଳଗିରି :  ନୀଳଗିରି ଥାନା ସିମୁଳିଆ ଛକଠାରେ ଏକ ଗୋରୁ ବୋଝେଇ ଗାଡ଼ି ଓଲଟି ପଡ଼ିବାରୁ ୫/୬ଟି ଗୋରୁ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଅଞ୍ଚଳରୁ ଆଜି ଭୋର ସମୟରେ ଖନ୍ତାପଡ଼ା ଥାନା ଆଇଆଇସି ସଂଜୟ ପରିଡ଼ାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‍ ୮ଟି ଗାଡ଼ିକୁ ଧରିବା ସହ ସେଥିରେ ଥିବା ୭୭ଟି ଗୋରୁକୁ ଜବଦ୍‍ କରିଥିଲେ ।

େସହି ଗୋରୁମାନଙ୍କୁ ନୀଳଗିରିର ଧୋବଶିଳା ଠାରେ ଥିବା ଗୋଶାଳାକୁ ଆଣୁଥିବା ବେଳେ ନୀଳଗିରି ଥାନା ସିମୁଳିଆ ଛକ ନିକଟରେ ଗୋଟିଏ ଗାଡ଼ିର ଚକା ବାହାରି ଯିବାରୁ ଗାଡ଼ିଟି ଓଲଟି ପଡ଼ିଥିଲା । ଫଳରେ ସେଥିରେ ଥିବା ଗୋରୁଗୁଡ଼ିକ ଆହତ ହୋଇଛନ୍ତି । ଆହତ ଗୋରୁମାନଙ୍କୁ ଉଦ୍ଧାର କରି ଚିକିତ୍ସାପରେ ସେମାନଙ୍କୁ ବାମପଦା ସ୍ଥିତ ଗୋଶାଳାକୁ ନେଇ ସେଠାରେ ରଖାଯାଇଥିବା ବିଷୟ ଖନ୍ତାପଡ଼ା ଥାନା ଆଇଆଇସି ସଂଜୟ ପରିଡ଼ା ସୂଚନା ଦେଇଛନ୍ତି ।(

Leave A Reply