Odisha news

କୋଭିଡ୍ ହସ୍ପିଟାଲରେ ମାଧ୍ୟମିକ ସ୍କୁଲ(ଜୁନିଅର କଲେଜ)ର ଅଧ୍ୟକ୍ଷଙ୍କ ପରଲୋକ

0

ଭଦ୍ରକ : ଭଦ୍ରକ ଜିଲ୍ଲାରେ ମହାମାରୀ “କରୋନା’ତା’ର କାୟା ବିସ୍ତାର କରିଚାଲିଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ । ଏପରିସ୍ଥଳେ ଭଦ୍ରକ ଜିଲ୍ଲା ବାରିକ୍‍ପୁର ସ୍ଥିତ ପଞ୍ଚାୟତ ଉଚ୍ଚତମ ମାଧ୍ୟମିକ ସ୍କୁଲ(ଜୁନିଅର କଲେଜ)ର ଅଧ୍ୟକ୍ଷ ବିପିନବିହାରୀ ମହାପାତ୍ର(୫୯)ଙ୍କ ବୁଧବାର ପୂର୍ବାହ୍ନରେ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍‍ ହସ୍ପିଟାଲରେ ପରଲୋକ ଘଟିଛି ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଗତ ୧୪ତାରିଖରେ ଅଧ୍ୟ’ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା ।

ପରେ କଟକ ଅଶ୍ୱିନୀ କୋଭିଡ୍‍ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କର କରୋନା ପଜିଟିଭ୍‍ ବାହାରିଥିଲା । ଗତକାଲି ତାଙ୍କ ପରଲୋକ ଘଟିଛି । ସେହିପରି ମୃତ ମହାପାତ୍ରଙ୍କ ପୁଅ ମେଡିକାଲ କଲେଜଛାତ୍ର ଓ ପରିବାରର ଅନ୍ୟ ୪ଜଣ ବି କରୋନା ଆକ୍ରାନ୍ତ ବୋଲି ଜଣାଯାଇଛି । ତାଙ୍କ ମୃତୁ୍ୟ ଖବର ପାଇ ବାରିକପୁର କଲେଜ ଓ ବିଷ୍ଣୁପୁର ପୈତୃକ ଗାଁରେ ଶୋକ ପ୍ରକାଶ ପାଇଛି ।

Leave A Reply