ଧର୍ମଶାଳା : ଧର୍ମଶାଳା ବ୍ଲକ ପୁରୁଣାବଉଳମାଳ ପଂଚାୟତ ସୁକୁଟିଝର ଧବଳାଇ ସଂସ୍କୃତ ବିଦ୍ୟାପୀଠ ପରିସରରେ ଆଜି ପୁର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଅରୁପା ଅନୁଷ୍ଠାନ ପକ୍ଷରୁ କାଇଁଚ କାରିଗରମାନଙ୍କୁ ରାସନ ସାମଗ୍ରୀ ବଂଟନ କରାଯାଇଛି ।
ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଂଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଂଚ ରେଖାଲତା ସାହୁ, ଓଡିଶା କାରିଗର ମହାସଂଘର ସମ୍ପାଦକ ପ୍ରିୟ ରଂଜନ କର ଓ ନିପୁଣ ଶିଳ୍ପି ଆଲୋକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ୫୦ଟି କାରିଗର ପରିବାରଙ୍କୁ ରାସନ ସାମଗ୍ରୀ ବଂଟନ କରିଥିଲେ । ଏଥିରେ ଅଟା, ଚାଉଳ ଡାଲି, ଚିନି, ତେଲ,ମସଲା ସହିତ ସାନିଟାଇଜର, ସାବୁନ ଓ ମାକ୍ସ ପ୍ରଦାନ କରାଯାଇଥିଲା ।
ମାହାମରୀ କରୋନା କାଳରେ କାରିଗରମାନେ କାମ ହରାଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ସେମାନଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ବିକ୍ରିବଟା ନହେବା,କଂଚାମାଲ ନମିଳିବା, ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀ ବନ୍ଦ ରହିବା ଫଳରେ କାରିଗରମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଏହାକୁ ଲକ୍ଷ କରି ଅରୁପା ଅନୁଷ୍ଟାନ ପକ୍ଷରୁ କାରିଗର ଓ ବୁଣାକାର ପରିବାରକୁ ଭୁବନେଶ୍ୱରସ୍ଥିତ ଗୁଞ୍ଜ ଓ ଜେଡି ସେଂଟର ଅଫ ଆର୍ଟ ସଂସ୍ଥାରୁ ସହୟତା ସଂଗ୍ରହ କରି ବିତରଣ କରାଯାଇଛି ।
ଏହି ପ୍ରକ୍ରିୟା ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା କାରିଗର ଓ ବୁଣାକାର ମାନଙ୍କୁ ଏଭଳି ସହାୟତା ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ମଧୁସ୍ମିତା ମହାନ୍ତି, ଗେଡି ସାହୁ, ଚଂଚଳା ମଳିକ, କୁନ୍ତଳା ଗୁରୁ, ପିତାମ୍ବର ପଣ୍ଡା ଓ କୈଳାସ ସାହୁ ପ୍ରମୁଖ ସହାୟତା କରିଥିଲେ ।
