Odisha news

ମିଳିତ ଶ୍ରମିକ ସଂଘ ଓ ମହାସଂଘ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ

0

ବାରିପଦା  : ମିଳିତ ଶ୍ରମିକ ସଂଘ ଓ ମହାସଂଘ ପକ୍ଷରୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିରୋଧରେ ସିଟୁର ଜିଲ୍ଲା ସଭାପତି ରବି ଗୋସ୍ୱାମୀଙ୍କ ପୌରହିତ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୯ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ୯ଦଫା ଦାବିପତ୍ରରେ ଶ୍ରମ ଆଇନ୍ ସଂଶୋଧନ ଓ ଶ୍ରମକୋର୍ଡ ବାତିଲ କରାଯାଉ, ଦୈନିକ କାର୍ଯ୍ୟ ସମୟ ୮ଘଣ୍ଡାରୁ ୧୨ଘଣ୍ଟାକୁ ବୃଦ୍ଧି ଆଦେଶ ବାତିଲ କରାଯାଉ, ଆୟକର ଦେଉନଥିବା ସମସ୍ତ ପରିବାରଙ୍କୁ ମାସକୁ ୭୫୦୦ଟଙ୍କା ୬ମାସ ଯାଏଁ ପ୍ରଦାନ କରାଯାଉ, ପ୍ରବାସୀ ଶ୍ରମିକ ସମେତ ସମସ୍ତ ଶ୍ରମିକଙ୍କୁ ବର୍ଷକୁ ୨ଶହ ଦିନ କାମ ଓ ଦୈନିକ ମଜୁରୀ ୬ଶହ ଟଙ୍କା ହିସାବରେ ଦିଆଯାଉ ଆଦି ଦାବିମାନ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି ବିକ୍ଷୋଭରେ ବକ୍ତାମାନେ ୯ଦଫା ଦାବିକୁ ଦୃଢ ସମର୍ଥନ ଓ ତୁରନ୍ତ ପଦକ୍ଷେପ ନେବା ନେଇ ଦାବି ଜଣାଇବା ସହ ମୋଟର, ଟେଙ୍କର, ଲୋରୀ, ଟାକ୍ସି, ଅଟୋ କର୍ମଚାରୀମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରି ତାଙ୍କର ଉପଯୁକ୍ତ ଦରମା, ପେନସେନ ଓ ଗ୍ରାଚୁଇଟି ପ୍ରଦାନ କରିବା ସହ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇଏନଟିୟୁସିର ରାକେଶ ସିଂ, ଏଆଇଟିୟୁସିର ଡଃ ପ୍ରଶାନ୍ତ ମିଶ୍ର, ଜଗବନ୍ଧୁ ମିଶ୍ର, ସିଟୁର ଅମଲ ଦେ, ରଘୁନାଥ ପଣ୍ଡା, କ୍ଷିତିଶ ସାଶ୍ମଲ, ସୁବ୍ରତ ଲେଙ୍କା, ଏଆଇଟିୟୁସିର ପୀତାମ୍ବର ନାୟକ , ଏଚଏମଏସର ସିନଗଲତା ମାଝି, ହିଞ୍ଜିଲି କେଶ ସାହୁ, ସଞ୍ଜିବ ଦାସ, ଅକ୍ଷକ କୁମାର ଖୁଣ୍ଟିଆ, ଅଶୋକ ଭଞ୍ଜଦେଓ, ସୁବ୍ରତ ଲେଙ୍କା, ସନ୍ଧ୍ୟା ବେହେରା, ମାଲତୀ ମହାନ୍ତ, ଶ୍ରୀକାନ୍ତ ସାମଲ, ସୁଦର୍ଶନ ରାଉଳ, ରଞ୍ଜିତା ରାଉତ, ମନୋରଞ୍ଜନ ପରିଡା, ଗଙ୍ଗାଧର ସାମଲ ଓ ସୁଭାଷ ତି୍ରପାଠୀ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.