Odisha news

ଖଇରା : ଗାଁ ଦାଣ୍ଡରେ ଆଲୋଚନା କରି ମନ୍ତ୍ରୀ ଦେଲେ ୨୫ ଲକ୍ଷ

0

ଖଇରା : ଗାଁ ଦାଣ୍ଡରେ ଆଲୋଚନା ବେଳେ ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ଗ୍ରାମ ସଡକ ପାଇଁ ଅର୍ଥ ଅନୁଦାନର ବ୍ୟବସ୍ଥା କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ମନ୍ତ୍ରୀ ଡଗରପଡା ପଞ୍ଚାୟତ ଗସ୍ତ ବେଳେ ସେଠାକାର ଲୋକ ମାନେ ସେମାନଙ୍କର ସମସ୍ୟା ଜଣାଇଥିଲେ । ରାସ୍ତା ସମସ୍ୟା ଶୋଚନୀୟ ଥିବା ନେଇ ମନ୍ତ୍ରୀ ହୃଦବୋଧ କରିବା ପରେ ବିଭିନ୍ନ ରାସ୍ତା ପାଇଈ ୨୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ ।

ଏହି ରାସ୍ତା ମଧ୍ୟରେ  ନିରଞନ ପତି ଘର ଠାରୁ କମାରପାଳ ଭାୟା ବରଗଢିଆ,କୈଳାସ ବାରିକ ଘରଠାରୁ ବାହାଦଲପୁର ପା୍ରଇମେରି ସ୍କୁଲ, ବୈଦନାଥ ମାହାନ୍ତି ଛକଠାରୁ ଡଗରପଡା ସାଇ ମନ୍ଦିର, ବାଉ ତିଆଡି ଅସମ୍ପୁର୍ଣ ସିସି ରୋଡ ଠାରୁ ପୁରିଆପଦା ଛକ, ଓଗାଳପୁର ସିସି ରୋଡ,ନହରଣପୁର ସିସି ରୋଡ ଇତ୍ୟାଦି ରାସ୍ତା ଅନ୍ତର୍ଭୁକ୍ତ । ସମସ୍ତ ଗ୍ରାମବାସୀ ଉପସ୍ଥିତ ହୋଇ ତୁରନ୍ତ ରାସ୍ତା କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଗାଁ ଦାଣ୍ଡରେ ଆଲୋଚନା ବେଳେ  ସରପଞ୍ଚ ପ୍ରତିନିଧି ରତ୍ନାକର ଦଳେଇ ,ସମିତି ସଭ୍ୟା ପ୍ରତିନିଧି ଦିନବନ୍ଦୁ ପାଣିଗ୍ରାହିଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ନାୟକ,କୃତିବାସ ଜେନା,ରାଜେନ୍ଦ୍ର କଳାପାହାଡ,ୱାଡ ସଭ୍ୟ ସମ୍ବୁନାଥ ବେହେରା ,ନାଏବ  ସରପଞ୍ଚ ବିଷ୍ଣୁମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply