pintu sahoo : ଥରେଭାବି ଦେଖନ୍ତୁ ରାତିରେ ଆପଣ ଗାଡି ଯେଉଁ ସ୍ଥାନରେ ଲକ କରି ରଖିଥିବେ ସକାଳେ ସେଠାରେ ମିଳିବ ନାହିଁ ,ତାପରେ ଆପଣ ଭାବିବେ ଆପଣଙ୍କ ଗାଡି ଚୋରି ହୋଇଯାଇଛି l କିନ୍ତୁ ଭାରତରେ ଏପରି ଗୋଟିଏ ସ୍ଥାନ ଅଛି ଯେଉଁଠାରେ ଗାଡି ଚୋରି ନହୋଇ କେଉଁଆଡେ ଚାଲିଯାଏ l ଲଦଖରେ ଏହିପରି ଏକ ରହସ୍ୟମୟ ପାହାଡ ଅଛି ତା ନିକଟରେ ଯଦି କେହି ଗାଡି ରଖନ୍ତି ତାହାଲେ ସେହି ଗାଡି ପାହାଡ ଉପରକୁ ଟାଣି ହୋଇଯାଏ l ଏହା ଏକ ରହସ୍ୟମୟ ଘଟଣା ଭାବରେ ସମସ୍ତେ ଗ୍ରହଣ କରିଥାନ୍ତି l
ବୈଜ୍ଞାନିକ ମାନଙ୍କର ଅନୁସନ୍ଧାନ ଦ୍ୱାରା ଜଣ ପଡିଛି ଯେ ଏହି ପାହାଡର ଚୁମ୍ବକୀୟ ଶକ୍ତି ଅଛି ଯାହା ଗାଡ଼ିଗୁଡ଼ିକୁ ୨0 କିଲୋମିଟର ପ୍ରତି ଘଣ୍ଟାପିଛା ନିଜ ଆଡକୁ ଟାଣିନିଏ l ଯଦି ଆପଣ ଏହି ପାହାଡ ଉପରେ ନିୖଟ୍ରାଲ କରି ଠିଆ କରିଦେବା ସେହି ଗାଡିଟି ସେହିପରି ଠିଆହୋଇ ରହିବ l ଯଦି ଆମେ ଏହି ପରୀକ୍ଷା ଅନ୍ୟ କୌଣସି ପାହାଡ ଉପରେ କରିବା ତାହାଲେ ଗାଡିଟି ତଳକୁ ଖସି ପଡିବ l ବୈଜ୍ଞାନିକ ମାନେ କହିଛନ୍ତି ଯେ ଲଦାଖର ଗୁରୁଦ୍ୱାରା ପଠାର ସାହିବ ନିକଟରେ ଥିବା ପାହାଡ଼ରେ ଅଦ୍ଭୁତ ଚୁମ୍ବକୀୟ ଶକ୍ତି ଅଛି l ଏହି ପାହାଡ ଉପରେ ଆକାଶରେ ଉଡି ଯାଉଥିବା ଉଡ଼ାଜାହାଜ ମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଅଧିକାଂଶ ପାଇଲଟ ମତ ଦେଇଛନ୍ତି ଯେ ପାହାଡ ଉପରେ ଉଡ଼ାଜାହାଜ ଉଡି ଯାଉଥିଲା ବେଳେ ସାମାନ୍ୟ ଝଟକା ଅନୁଭବ କରନ୍ତି l ପାହାଡର ଚୁମ୍ବକୀୟ ଶକ୍ତିରୁ ଯାତ୍ରୀମାନଙ୍କୁ ରକ୍ଷା କରିବା ପାଇଁ ଏହି ସ୍ଥାନରେ ଜାହାଜର ଗତି ବଢ଼ାଇ ଦେଇଥାନ୍ତି l