Odisha news

ବାରିପଦା : ଜେଏମଏମ ରାଜ୍ୟ ସାଧାରଣସମ୍ପାଦକ ପଦବୀରୁ ଇସ୍ତଫା ଦେଲେ କଳିଙ୍ଗ, ଇସ୍ତଫାକୁ ନେଇ ଚର୍ଚ୍ଚା

0

ବାରିପଦା  : ଶୁକ୍ରବାର ଜେଏମଏମ ରାଜ୍ୟ ସାଧାରଣସମ୍ପାଦକ ପଦବୀରୁ ଇସ୍ତଫା ଦେଇଛନ୍ତି କଳିଙ୍ଗ କେଶରୀ ଜେନା । ଇସ୍ତଫା ପ୍ରଦାନ ପରେ କଳିଙ୍ଗଙ୍କ ଆଗାମୀ ରାଜନୈତିକ ପଦକ୍ଷେପ କ’ଣ ହେବ ସେନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଜୋରଧରିଛି । ଅପରପକ୍ଷରେ କଳିଙ୍ଗ ତାଙ୍କର ଇସ୍ତଫାପତ୍ର ଜେଏମଏମ ରାଜ୍ୟସଭାପତି ମହେଶ ହେମ୍ବ୍ରମଙ୍କ ନିକଟକୁ ପଠାଇଦେଇଥିବାବେଳେ ଇସ୍ତଫାପତ୍ରରେ ରାଜ୍ୟ ସାଧାରଣସମ୍ପାଦକ ହିସାବରେ ଦଳ ସଂଗଠନ ପ୍ରତି ସମୟ ଦେଇ ପାରୁନାହାଁନ୍ତି, ତେଣୁ ସେ ପଦବୀରୁ ଇସ୍ତଫା ପ୍ରଦାନ କରୁଛନ୍ତି ବୋଲି ଉଲ୍ଲେଖ କରିଥିବାବେଳେ ଦଳର ଜଣେ ଶୃଙ୍ଖଳିତ ସାଧାରଣକର୍ମୀ ଭାବେ ଦଳରେ ରହିବେ ବୋଲି ଉଲ୍ଲେଖ କରିଛନ୍ତି ।

କଳିଙ୍ଗଙ୍କ ଜେମଏମଏ ପଦବୀରୁ ଇସ୍ତଫା ପରେ ସେ କେଉଁ ଦଳକୁ ଯିବେ ବୋଲି ଚର୍ଚ୍ଚା ଜୋରଧରିଛି । ଏପରିକି ସାଧାରଣରେ ସେ ବିଜେଡି କିମ୍ବା ବିଜେପିକୁ ଲମ୍ଫ ପ୍ରଦାନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏବେ ଜିଲ୍ଲାରେ ସକ୍ରିୟ ଥିବା ଯୁବଛାତ୍ର ସଂଗଠନ ଭଞ୍ଜସେନାକୁ କଳିଙ୍ଗ ଗଢିଥିବାବେଳେ ଜିଲ୍ଲାରେ ମଧ୍ୟ କଳିଙ୍ଗଙ୍କ ବହୁ ଯୁବଛାତ୍ର ଅନୁଗାମୀ ଅଛନ୍ତି । ଏପରିକି ବିଜେଡିର ରାଜ୍ୟସ୍ତରୀୟ ଜଣେ ହେବିୱେଟ ନେତାଙ୍କ ସହ ତାଙ୍କର ଗୋପନ ଆଲୋଚନା ହୋଇଛି ବୋଲି ସାଧାରଣରେ ଗୁଞ୍ଜରଣ ହେଉଛି । ଆଗକୁ ପୌରପରିଷଦ ନିର୍ବାଚନ ଥିବାବେଳେ ହଠାତ୍ କଳିଙ୍ଗଙ୍କ ଜେଏମଏମ ପଦବୀରୁ ଇସ୍ତଫାକୁ ନେଇ ଚର୍ଚ୍ଚାର ଖରାକ ଯୋଗାଇଛି ।

Nalco
Leave A Reply