Odisha news

ଖୋର୍ଦ୍ଧା : କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କ ଜିଲ୍ଲାରେ କୋଭିଡ-୧୯ କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କରେ ସମୀକ୍ଷା ବୈଠକ

0

ଖୋର୍ଦ୍ଧା : କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ-୧୯ କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଶ୍ରୀ ସାମଲ ଯୋଗଦେଇ ସରକାରଙ୍କ କୋଭିଡ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଇଥିଲେ । କୋଭିଡ ପରିଚାଳନା କମିଟି ଗଠନ, କୋଭିଡ କେୟାର ହୋମ ଓ କ୍ଲଷ୍ଟର ଟିଏମସି କାର୍ଯ୍ୟକାରୀ ପାଇଁ କହିଥିଲେ ।

ଜିଲ୍ଲାପାଳ ସିତାଂଶୁ କୁମାର ରାଉତ କହିଥିଲେ ଯେ, ଖୋର୍ଦ୍ଧା ଜିଲ୍ଲାରେ ବିଏମସି କୁ ଛାଡି ୧ତାରିଖ ସୁଦ୍ଧା ୯୮୧୦ଟି ନମୁନା ସଂଗ୍ରହ କରାଯାଇଛି । ୯୧୩୫ଟି ର ରିପୋର୍ଟ ଆସିଛି । ସେଥିମଧ୍ୟରୁ ୮୭୯୮ଟି ନମୁନା ନେଗେଟିଭ ଏବଂ ୩୩୭ଟି ପଜିଟିଭ ଆସିଛି । ୨୭୩ଜଣଙ୍କୁ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ଏବଂ ୬୪ଟି ଆକ୍ଟିଭ କେଶ ରହିଛି । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଜିଲ୍ଲାରେ ସର୍ଭେ କାର୍ଯ୍ୟ ଚାଲୁଅଛି । ଜିଲ୍ଲାରେ ୨୬୯ଟି ଟିଏମସି ଓ ୬୮ଟି ଅଣ ଟିଏମସି କାର୍ଯ୍ୟ କରୁଛି । ଜାମୁଝାରୀ ଠାରେ ୨୫୨ଶଯ୍ୟା ବିଶିଷ୍ଟ ରାଜ୍ୟସ୍ତରୀୟ କ୍ୱାରେଂଟାଇନ ସେଂଟର କରାଯାଇଛି । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ ଓ କୋଭିଡ ପରିଚାଳନା କମିଟି ହେବ ।

କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇଦେବାକୁ କହିଥିଲେ । ଶ୍ରମିକ ମାନଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଓଡିଶା ଜୀବିକା ମିଶନ ମାଧ୍ୟମରେ କାମ ଯୋଗାଇଦିଆଯାଉଛି । କୁଶଳୀ ଶ୍ରମିକମାନଙ୍କୁ ମଧ୍ୟ ବିଭିନ୍ନ ସଂସ୍ଥା ମାଧ୍ୟମରେ ନିର୍ମାଣ ଆଦି କାର୍ଯ୍ୟରେ ନିୟୋଜିତ କରାଯିବ । ପ୍ରବାସୀ ଓଡିଆମାନଙ୍କୁ ଟିଏମସି ରୁ ଫେରିବା ପରେ ପ୍ରତ୍ୟେକଙ୍କୁ ୨ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଉଛି । କୋଭିଡ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ରିସୋର୍ସ ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ ସୂଚନା ଦେଇଥିଲେ । ଗ୍ରାମ୍ୟ ସ୍ତରୀୟ କମିଟି ଓ ୱାର୍ଡ କମିଟି ଗଠନ କରାଯିବ । ଅଧିକ ନମୁନା ସଂଗ୍ରହ ଓ ଘର କୁ ଘର ବୁଲି ସର୍ଭେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଶେଷରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଶ୍ରୀ ସାମଲ ନନ୍ଦପୁର କ୍ଲଷ୍ଟର ଟିଏମସି ପରିଦର୍ଶନ କରିଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ପତି, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ

Leave A Reply

Your email address will not be published.