Odisha news

ଏରସମା : ତେଲ ଦର ବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସର ଦାବିପତ୍ର ପ୍ରଦାନ

0

ଏରସମା : ଆଜି ଏରସମା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦେଶରେ ଅହେତୁକ ତେଲ ଦାମ ବଠିବା ପ୍ରତିବାଦରେ ଏରସମା ବି.ଡି.ଓଙ୍କୁ ରଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।ବ୍ଲକ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ଦାସଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର  ଯୋଗଦେଇ ଆନ୍ତର୍ଜାତିକ ବଜାରରେ ତେଲ ଦର ନବଢିଥିଲେ ମଧ୍ୟ ଆମ ଦେଶରେ କେନ୍ଦ୍ର ଓ ରାଜ୍ୟସରକାର ୫୦ ଟଙ୍କାରୁ ଅଧିକ ଭାଟ ନେଉଥିବାରୁ ଏଭଳି ଦାମ ବୃଦ୍ଧି ହେଉଛି ବୋଲି କହିଥିଲେ ।

ତେଲ ଦାମ ବଢିବାରୁ ବଜାରରେ ଦରଦାମ ମଧ୍ୟ ଅହେତୁକ ଭାବରେ ବଢିବାରେଲାଗିଛି ।ତୁରନ୍ତ ଏ ବିଷୟରେ ରାଷ୍ଟ୍ର ପତିପଦକ୍ଷେପ ନେବାପାଇଁ ବି.ଡି.ଓ କୈଳାଶ ଚନ୍ଦ୍ର ବେହରାଙ୍କ ଜରିଆରେ ଦାବିପତ୍ର ଦେଇଥିଲେ ।ଦାବିପତ୍ର ପ୍ରଦାନ ସମୟରେ ନିତ୍ୟାନନ୍ଦ ଦାସ,କୈଳାସ ଜୟସିଂ,ରମେଶ ଦାସ,ଧିରେନ୍ଦ୍ର ସ୍ୱାଇଁ,ବିଚିତ୍ର ବିଶ୍ୱାଳ,ସୁଧାକର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply