Odisha news

ସର୍ବ ଭାରତୀୟ ଚିକିତ୍ସକ ଦିବସ ପାଳିତ ଓ ଡାକ୍ତରଙ୍କୁ ସମ୍ବର୍ଦ୍ଧନା

0

ଭଦ୍ରକ,୦୨ ।୦୭(ଜିପ୍ର):ଗତକାଲି ହୋଟେଲ ବ୍ଲì ଭାଇନ ସମ୍ମିଳନୀ କକ୍ଷରେ ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖା ପକ୍ଷରୁ ସଂଘର ସଭାପତି ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ପ୍ରାରମ୍ଭିକ ସୂଚନା ଦେଇ ସ୍ୱର୍ଗତ ଡାକ୍ତର ବିଧାନ ରାୟଙ୍କ ବହୁମୁଖୀ ପ୍ରତିଭା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ବର୍ତ୍ତମାନର ମହାମାରୀ କୋବିଡ଼-୧୯କୁ ଆଖି ଆଗରେ ରଖି ସାମାଜିକ ଦରତ୍ୱ ପାଳନ ସହ ସାଙ୍କେତିକ ରୂପେ ନିମ୍ନ ଲିଖିତ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ଡାକ୍ତର ଦୁଯେର୍‍ୟାଧନ ଦାସ, ଡାକ୍ତର ଅନିଲ କୁମାର ଦାଶ, ଡାକ୍ତର ସୁରଥ ବିଶ୍ୱାଳ, ଡାକ୍ତର ରବୀନ୍ଦ୍ର ପାଣିଗ୍ରାହୀ, ଡା. ଭଗବାନ ଦୀକ୍ଷିତ, ଡାକ୍ତର ଶତୃଘ୍ନ ହାତୀ, ଡାକ୍ତର ସଂଗୀତା ବଳ, ଡାକ୍ତର ବିକାଶ ନନ୍ଦ, ସାରଥୀ ପଣ୍ଡା, ରଜତ ସାହୁ, ରବିନାରାୟଣ ଖୁଣ୍ଟିଆ, ସଂଯୁକ୍ତା ଦଳେଇ, ଜ୍ୟୋତିଷ ଗୁପ୍ତା ପ୍ରମୁଖଙ୍କୁ ଡାକ୍ତର ପ୍ରଦୀପ ନାୟକ, ଡାକ୍ତର ଝସକେତନ ସାହୁ ଏବଂ ଡାକ୍ତର ଅଧର ନାୟକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ

Leave A Reply