Odisha news

ଭଦ୍ରକରେ “ବିଶ୍ୱ କର୍ତ୍ତବ୍ୟବ ଦିବସ’ ପାଳିତ

0

ଭଦ୍ରକ :ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ବିଶ୍ୱ କର୍ତ୍ତବ୍ୟ ଦିବସ ରୂପେ ଗତ ୩୦ଜୁନ୍‍କୁ ପ୍ରଥମ ଥର ପାଳନ କରିଛନ୍ତି । ସମାଜରେ ମଣିଷ ସ୍ୱାର୍ଥପର ଓ ବ୍ୟକ୍ତି ସର୍ବସ୍ୱ ହୋଇଯାଇଥିବାରୁ ଅନ୍ୟ ପାଇଁ କାହାର ଚିନ୍ତା କରିବାର ଇଚ୍ଛା ରହୁନାହିଁ ।ଆଜି ବି ଆମ ସମାଜରେ ଅନେକ ଲୋକ ଦାରିଦ୍ର୍ୟ କ୍ଷୁଧା ରୋଗ ଓ ସାମାଜିକ ଶୋଷଣର ଶିକାର ହେଉଛନ୍ତି । ସେହିପରି ପରିବେଶ ରେ ସନ୍ତୁଳନ ରହୁନାହିଁ ।ପାରିବାରିକ ଓସାମାଜିକ ଜୀବନ ବପର୍ଯ୍ୟସ୍ତ ହେବାରେ ଲାଗିଛି । ଏଭଳି ପରିସ୍ଥିତି କୁ ଦୃଷ୍ଟିରେ ରଖି ଭଦ୍ରକ ଅଞ୍ଚଳର ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀ ଅନ୍ୟ ପାଇଁ ଦିବସ ଟିଏ ପାଳନ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ।

ସ୍ମରଣଯୋଗ୍ୟ ଯେ: ସାଳନ୍ଦୀ ସଂସ୍କାର ଯୋଜନା, ରେବ କପାଳୀ ଓ ଗମେଇ ନଦୀ କୂଳୀଆ ଗ୍ରାମବାସୀ ଙ୍କ ସମସ୍ୟା ସଂମ୍ପର୍କରେ ମାନବାଧିକାରୀ କର୍ମୀ ଶ୍ରୀ ତ୍ରିପାଠୀ ଦୃଷ୍ଟି ଆକର୍ଷଣ କରି ସେ ସବୁର ସମାଧାନ କରିଆସିଛନ୍ତି । ସେହପରି ଜଣେ ସଚ୍ଚୋଟ ମାନବାଧିକାର କର୍ମୀ ଏହି ଦିବସର ତାପିର୍ଯ୍ୟ ସମ୍ପର୍କରେ ନୂଆ ବାର୍ତା ଟିଏ ଦେଇଛନ୍ତି ।ନିଜ ଗାଁ ତଳ ଗୋପବିଂଧା ,ଅର୍ଣ୍ଣପାଳ ଓ ଭଦ୍ରକ ଡଗମୁଣ୍ଡରେ ଅବହେଳିତ ପଛୁଆ ଲୋକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସେ ହାତ କୁ ନେଇଛନ୍ତି । ଏହି ଦିବସ କୁ ପ୍ରତ୍ୟେକ ବର୍ଷ କତର୍‍ୟବ ଦିବସ ପାଳନ କରିଯିବା କୁ ସେ ଆହ୍ୱାନ ଦେଇଛନ୍ତି । ଏହି କାଯ୍ୟ ର୍କ୍ରମରେ ଦେବାଶିସ ପଣ୍ଡା, ଅମରେଶ ଜେନା, ସମାଜସେବୀ ଜଗନ୍ନାଥ କର, କାମଦେବ ଖଟୁଆ ,ରବି ସିଂ,ବଳିଆ ସିଂ ପ୍ରମୁଖ ବହୁ ଯୁବକ ଓ ସମାଜସେବୀ ସହଯୋଗ କରିଥିଲୋ ରାଧାକାନ୍ତ ଙ୍କ ଏହି ପ୍ରୟାସ କୁ ଭଦ୍ରକ ର ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି

Leave A Reply

Your email address will not be published.