Odisha news

୧୬ ନମ୍ବର ଜାତୀୟ ରାଜପଥ ଚମ୍ପାଗଡ ଠାରେ ଦୁର୍ଘଟଣାରେ ୧ ମୃତ

0

ରଣପୁର : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନମ୍ବର ଜାତୀୟ ରାଜପଥରେ ଗତ ୧ ତାରିଖ ରାତ୍ରିରେ ଏକ କାର ଚମ୍ପାଗଡ ଛକଠାରେ ଦୁର୍ଘଟଣାରେ କାର ଡ୍ରାଇଭର ମୃତୁ୍ୟବରଣ କରିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ କାର ମାଲିକ ଏକ ସୁଇଫ୍ଟି ଡିଜାଏର ଗାଡି ଧରି ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରୁ ବାଲୁଗାଁ ଯାଉଥିଲେ ।

ରାସ୍ତା ପ୍ରଶସ୍ତୀକରଣ କାମ ଚାଲୁଥିବାରୁ କୌଣସି ସିଗ୍ନାଲ ନଥିବାରୁ ଚମ୍ପାଗଡ ଛକଠାରେ ଏକ ମାଟିଗଦା ଉପରେ କାର୍ ଟି ଚଢିଯାଇ ଡିଭାଇଡର୍ ରେ ପିଟି ହୋଇ ଓଲଟି ପଡିଥିଲା । ଫଳରେ କାର୍ ଚଲାଉଥିବା ମାଲିକ ଗଣେଷ କୁମାର ସେନାପତି(୪୯) ଘଟଣା ସ୍ଥଳରେ ମୃତୁ୍ୟବରଣ କରିଥିଲେ । ଚାନ୍ଦପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଁଚି କାର୍ ଟିକୁ ଜବତ କରିବା ସହ ମୃତକ ଗଣେଷଙ୍କ ଶବକୁ ଜବତ କରି ରଣପୁର ସରକାରୀ ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିଲେ । ବ୍ୟବଛେଦ ପରେ ତାର ପରିବାର ବର୍ଗକୁ ମର ଶରୀର ହସ୍ତାନ୍ତର କରାଯାଇଥିବା ଜଣା ପଡିଛି ।

Leave A Reply

Your email address will not be published.