ନୂଆଦିଲ୍ଲୀ : ଯେଉଁ ପାକିସ୍ତାନ ଭାରତରେ ଆତଙ୍କ ବାଦର ଭୟ ଜାଗ୍ରତ କରିଛି ତାରି ଦେଶରେ ଆତଙ୍କବାଦୀ ମାନେ ସୋମବାର ଦିନ ଆକ୍ରମଣ କରିଛନ୍ତି l କରାଚୀ ସ୍ଥିତ ପାକିସ୍ତାନର ଷ୍ଟକଏକ୍ସଚେଞ୍ଜରେ ଚାରିଜଣ ଆତଙ୍କବାଦୀ ସୋମବାର ଦିନ ପଶି ଗୁଳି ଚାଳାଇବାକୁ ଲାଗିଲେ l ଏଥିରେ ପାଞ୍ଚଜଣ ସାଧାରଣ ଜନତା ମୁତ୍ୟୁ ବରଣ କରିଛନ୍ତି ,ପାକିସ୍ଥାନ ମିଡ଼ିଆ ଅନୁସାରେ ଚାରିଜଣ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଦଦ୍ୱାରା ମୁର୍ତ୍ୟୁ ବରଣ କରିଛନ୍ତି l
କରାଚିର IG ଙ୍କର କହିବା ଅନୁସାରେ ଆତଙ୍କବାଦୀ ମାନେ ପୁଲିସ କର୍ମଚାରୀ ଭଳି ପୋଷାକ ପିନ୍ଧିଥିଲେ ,ଯାହା ସେମାନେ ଅଫ ଡ଼ିଉଟିରେ ପିନ୍ଧନ୍ତି l ଆତଙ୍କବାଦୀ ମାନେ ଅତ୍ୟାଧୁନିକ ମାରନା ଅସ୍ତ୍ର ସହିତ ଆକ୍ରମଣ କରିବାକୁ ଆସିଥିଲେ l ସେମାନେ ପ୍ରଥମେ ଷ୍ଟକଏକ୍ସଚେଞ୍ଜର ସାମ୍ନାପଟ ଗେଟରେ ଗ୍ରେନଡେ ବିସ୍ଫୋରଣ କରିଥିଲେ ,ତାପରେ ଗେଟ ଭିତରେ ପଶି ଫାଇରିଂ କରିବାକୁ ଆରମ୍ଭ କରିଥିଲେ l ଏହି ଆକ୍ରମଣରେ ଜଣେ ପୋଲିସ ଅଫିସର ଓ ଜଣେ ସିକୁରିଟି ଗାଡ଼ ଗୁରୁତ୍ୱର ଆହତ ହୋଇଛନ୍ତି l କରାଚୀ ପୋଲିସ ଷ୍ଟକଏକ୍ସଚେଞ୍ଜର ଆଖପାଖ କୁ ଖାଲିକରି ସିଲ କରିଦେଇଛି l ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ନିକଟତର ଡାକ୍ତର ଖାନାରେ ଭର୍ତି କରାଯାଇଛି l ଷ୍ଟକଏକ୍ସଚେଞ୍ଜରେ ରହିଯାଇଥିବ କର୍ମଚାରୀ ମାନଙ୍କୁ ପଛପଟ ଗେଟରେ ସୁରକ୍ଷିତ ଭାବରେ ବାହାର କର ଯାଇଛି l