ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ୧୯ଟି ରାଜ୍ୟରେ ୧୯ ତାରିଖରେ ଅନୁଷ୍ଠିତ ରାଜ୍ୟସଭାର ଦ୍ୱିପାର୍ଷିକ ନିର୍ବାଚନ ପରେ ଉଚ୍ଚ ସଦନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ସଦସ୍ୟ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ରାଜ୍ୟସଭାରେ ଏହା ବିଜେପିର ସର୍ବୋଚ୍ଚ ନମ୍ବର ହୋଇଥିବା ବେଳେ ଏବେ ବି ଦଳ ଗୃହର କୁହୁକ ଅଙ୍କଠାରୁ ବହୁ ଦୂରରେ ରହିଛି । ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ଖାଲି ପଡିଥିବା ୬୧ଟି ଆସନ ମଧ୍ୟରୁ ୪୨ଟି ଆସନ ବିନା ପ୍ରତିଦ୍ୱନ୍ଦିତାରେ ପୂରଣ ହୋଇଥିବା ବେଳେ ୧୯ଟି ଆସନରେ ନିର୍ବାଚନରେ ବିଜେପି ୯୮ଟି ଓ କଂଗ୍ରେସ ୪ଟି ବିଜୟୀ ହୋଇଛି । ରାଜ୍ୟସଭାରୁ ବିଦାୟ ବା ଅବସର ଗ୍ରହଣ କରିଥିବା ୬୧ଜଣ ସଦସ୍ୟଙ୍କ ମଧ୍ୟରେ କଂଗ୍ରେସର ୧୭ଜଣ ଥିବାବେଳେ ବିଜେପିର ୧୫ଜଣ ସଦସ୍ୟ ଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନିର୍ବାଚନ ପରେ ବିଜେପିର ସଦସ୍ୟ ସଂଖ୍ୟା ପୂର୍ବରୁ ୭୫ଥିବାବେଳେ ଗୃହରେ ଆଉ ୧୧ଜଣ ସଦସ୍ୟଙ୍କ ସଂଖ୍ୟା ଅଧିକ ହୋଇଛି । ଅନ୍ୟପକ୍ଷରେ କଂଗ୍ରେସର ସଦସ୍ୟ ସଂଖ୍ୟା ୪୧କୁ ହ୍ରାସ ପାଇଛି ।
ଅନ୍ୟପକ୍ଷରେ ଉଚ୍ଚ ସଦନକୁ ଏଥର ବହୁ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ନିର୍ବାଚିତ ହୋଇଛନ୍ତି, ଯେଉଁମାନÿଙ୍କ ପାଇଁ ଗୃହର ମର୍ଯ୍ୟଦା ବୃଦ୍ଧି ହେବ ବୋଲି ଆଶା କରାଯାଏ । ତେବେ ବିଶେଷ କରି ବିରୋଧି ଦଳ ଆସନରେ ବହୁ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିବ । ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିବା ବରିଷ୍ଠ ସଦସ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡା, ମଲ୍ଲିକାର୍ଜ୍ଜୁନ ଖଡଗେ(ଉଭୟ କର୍ଣ୍ଣାଟକ) ଦିଗ୍ ବିଜୟ ସିଂହ(ମଧ୍ୟପ୍ରଦେଶ), ଶିବୁ ସେରେନ(ଝାଡଖଣ୍ଡ), କେ.ସି.ବେଣୁଗୋପାଳ(ରାଜସ୍ଥାନ) ଅଛନ୍ତି । ସେହିପରି ନିକଟରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟାଇଥିବା ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଥର ଶାସକ ଦଳ ଆସନରେ ଦେଖିବାକୁ ମଳିବି । ଆହୁରି ମଧ୍ୟ ଗତବର୍ଷ ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ଥିବା ଭୁବନେଶ୍ୱର କାଲିଟାଙ୍କୁ ଏଥର ଶାସକ ଦଳ ସଦସ୍ୟ ଭାବେ ନିର୍ବାଚିତ ହୋଇଛି । କାଲିଟା ଆସାମରୁ ଏବଂ ସିନ୍ଧିଆ ମଧ୍ୟପ୍ରଦେଶରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚିତ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଏଥର ରାଜ୍ୟସଭା ନିର୍ବାଚନରେ ଦଳବଦଳ ଥିଲା ଏକ ହଟଚମଟକାରୀ ଘଟଣା ।
ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାପରେ ଗୁଜୁରାଟରେ କଂଗ୍ରେସକୁ ୮ଜଣ ବିଧାୟକ ଇସ୍ତଫା ଦେଇଥିଲେ । ଯାହା ଫଳରେ ବିଜେପି ଅଧିକ ଗୋଟିଏ ଆସନ ପାଇବାକୁ ସମର୍ଥ ହୋଇଛି । ଯେଉଁଥିପାଇଁ କି କଂଗ୍ରେସ ବିଧାୟକମାନଙ୍କୁ ରାଜସ୍ଥାନର ଏକ ହୋଟେଲରେ ରଖିବାକୁ ପଡ଼ିଥିଲା । ରାଜସ୍ଥାନରେ ଦଳର ସଂଖ୍ୟା ଅନୁସାରେ ବିଜେପି ଗୋଟିଏ ଆସନ ଅକ୍ତିଆର କରିବାକୁ ସମର୍ଥ ଥିବାବେଳେ ଦୁଇଜଣ ପ୍ରାର୍ଥୀଙ୍କୁ ଦେଇଥିଲା । କଂଗ୍ରେସରୁ ଦଳତ୍ୟାଗ କିମ୍ବା କ୍ରସଭୋଟିଂ ଦ୍ୱାରା ଆଉଗୋଟିଏ ଆସନ ହାତେଇବାକୁ ଲକ୍ଷ୍ୟ ରଖିଥିଲା । ମାତ୍ର ଶେଷରେ ବିଜେପିକୁ ଏଥିରେ ନିରାଶ ହେବାକୁ ପଡ଼ିଥିଲା । ଏହା ସତ୍ୟ ଯେ, ରାଜ୍ୟସଭା ନିର୍ବାଚନ ଆସିଲେ କେତେକ ରାଜ୍ୟରେ ବିଧାୟକମାନଙ୍କୁ ଭୋଗବିଳାସରେ ରଖାଯିବା ଭାରତୀୟ ରାଜନୀତିରେ ଏକ ସାଧାରଣ ଘଟଣା ହୋଇଯାଇଥିବା ନିସନେ୍ଦହରେ କୁହାଯାଇପାରେ । ରାଜ୍ୟସଭାରେ ବିଜେପିର ଶକ୍ତି ବୃଦ୍ଧି ସତ୍ୱେ ବିଜେଡି ପରି ଆଂଚଳିକ ଦଳଗୁଡିକ ଉପରେ ନିର୍ଭର କରିବାକୁ ହେବ, ଏଥିରେ ସନେ୍ଦହ ନାହିଁ । ଏହା ସତ୍ୟ ଯେ, ଭାରତୀୟ ସଂସଦୀୟ ଇତିହାସରେ ରାଜ୍ୟସଭା ଏକ ଗୁରୁତ୍ୱପୂର୍ଣ୍ଣ ସଦନ ଭାବେ ପରିଚିତ ।
ରାଜ୍ୟସଭାକୁ ଗୁଣୀ, ମାନି ତଥା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ୱ ସଦସ୍ୟ ହେବା ସମ୍ବିଧାନରେ ଉଲ୍ଲେଖ ରହିଛି ମାତ୍ର ଏବେ ଦଳୀୟ ଦୃଷ୍ଟିକୋଣରୁ ଏସବୁ ଅଲୋଡା ହୋଇପଡ଼ିଛି । ରାଜ୍ୟସଭାକୁ ମଧ୍ୟ ବାରମ୍ବାର ଉପେକ୍ଷିତ, ଅଣଦେଖା କରାଯାଉଥିବା ବହୁ ନଜୀର ରହିଛି । ବିଶେଷ କରି ବିଜେପି ସରକାର ଅମଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲକୁ ଅର୍ଥ(ମନି) ବିଲ୍ ଆକାରରେ ଲୋକସଭାରରେ ଅନୁମୋଦନ କରାଇ ରାଜ୍ୟସଭାକୁ ଉପେକ୍ଷିତ କରାଯାଇଛି । ଏବେ ରଜା୍ୟସଭାକୁ ଦଳୀୟ ଦୃଷ୍ଟିକୋଣରୁ ସଂଖ୍ୟା ବଢାଇବା ପାଇଁ ରାଜନୈତିକ ଦଳ ସଦସ୍ୟ ପଠାଉଛନ୍ତି । ସମ୍ବିଧାନର ନିଦେ୍ର୍ଦଶ ପ୍ରତି କୌଣସି ଦଳ ଗୁରୁତ୍ୱ ଦେଉନାହାଁନ୍ତି । ଦେଖାଯାଉଛି ଯେ, ବିନା ଭୂମିକାରେ ବହୁ ସଦସ୍ୟଙ୍କର ୬ବର୍ଷିଆ କାର୍ଯ୍ୟକାଳ ପୁରି ଯାଉଛି । ଏପରି ସ୍ଥିତିରେ ଗୃହର ମର୍ଯ୍ୟାଦା ଏବଂ ସମ୍ବିଧାନର ନିଦେ୍ର୍ଦଶକୂ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦଳମତ ନିର୍ବିଶେଷରେ ସବୁଦଳର ସଦସ୍ୟମାନେ କାର୍ଯ୍ୟ କରିବା ଉଚିତ । ଅନ୍ୟଥା ରାଜ୍ୟସଭା ବା ଉଚ୍ଚ ସଦନ କେବଳ ସଂଖ୍ୟା ପାଇଁ ସଦସ୍ୟ ଭାବେ ବିବେଚିତ ହେବ ।