Odisha news

ଟିକଟକ୍ ସମେତ ଆଉ ୫୯ଟି ଚାଇନିଜ୍ ଆପ୍ସକୁ କେନ୍ଦ୍ର ସରକାର ବ୍ୟାନ୍ କଲେ

0

ନୂଆଦିଲ୍ଲୀ : ଚୀନ୍‌ ସୀମାରେ ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ସରକାର ଆଜି ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଆପ୍‌ ଗୁଡ଼ିକ ଭାରତର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟିକ୍‌ଟକ୍‌ ସମେତ ଚୀନର ଏହି ୫୯ଟି ମୋବାଇଲ ଆପ୍‌ ଭାରତରେ ପିଲାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବୟସର ବ୍ୟକ୍ତିମାନେ ବହୁଳମାତ୍ରାରେ ବ୍ୟବହାର କରୁଛନ୍ତି। ନିଷିଦ୍ଧ ହୋଇଥିବା ଚୀନ୍‌ର ଅନ୍ୟ ଲୋକପ୍ରିୟ ଆପ୍ ଗୁଡ଼ିକ ମଧ୍ୟରେ ରହିଛି ୟୁସି ବ୍ରାଉଜର, ଜେଣ୍ଡର, ସେୟାରଇଟ୍ ଓ କ୍ଲିନ୍‌ମାଷ୍ଟର। ଏସବୁ ଆପ୍ ଦେଶର ଏକତା, ସାର୍ବଭୌମତ୍ବ, ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଓ ସାର୍ବଜନୀନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯କ ବଳରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ସରକାର ପକ୍ଷରୁ କୁହାଯାଇଛି।

ନିଷିଦ୍ଧ ହୋଇଥିବା ଚୀନର ଅନ୍ୟ ମୋବାଇଲ୍ ଆପ୍ଲିକେସନ୍‌ଗୁଡ଼ିକ ମଧ୍ୟରେ ଭଲ୍ଟ ହାଇଡ୍‌, ଭିଗୋ ଭିଡିଓ, ବିଗୋ ଲାଇଭ୍, ଵିବୋ, ଵିଚାଟ୍, ୟୁସି ନ୍ୟୁଜ୍, ବିଉଟିପ୍ଲସ୍, କ୍ଲବ୍‌ଫାକ୍ଟ୍ରି, ହେଲୋ, କ୍ବାଇ, ରୋମ୍‌ଵି, ସେଇନ୍‌, ନ୍ୟୁଜ୍‌ଡଗ୍, ଫଟୋଵାଣ୍ଡର, ଆପସ୍ ବ୍ରାଉଜର, ଭିଭା ଭିଡିଓ, ଭାଇରସ୍ କ୍ଲିନର, ମାଇ କମ୍ୟୁନିଟି, ଡିୟୁ ରେକର୍ଡର, ୟୁକାମ୍‌, ମାଇ ଷ୍ଟୋର, ଡିୟୁ ବ୍ରାଉଜର, କ୍ୟାଚ୍‌କ୍ଲିଅର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମ୍ୟୁଜିକ୍, କ୍ୟୁକ୍ୟୁ ପ୍ଲେୟାର, ବାଇଦୁ ମ୍ୟାପ୍, ବାଇଦୁ ଟ୍ରାନ୍ସଲେଟ୍, ଵାଣ୍ଡର କ୍ୟାମେରା, ଇଏସ୍‌ ଫାଇଲ୍‌ ଏକ୍ସପ୍ଲୋରର, ମେଲ୍‌ ମାଷ୍ଟର, ମାଇ ଭିଡିଓ କଲ୍‌-ସାଓମି ଏବଂ ପାରାଲେଲ୍‌ ସ୍ପେସ୍‌ ଆଦି ରହିଛି। ସୂଚନା ଥାଉ କି, ଚୀନ୍ ପ୍ରସ୍ତୁତ ଏପରି ଅନେକ ମୋବାଇଲ୍ ଆପ୍ଲିକେସନ୍‌ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରର ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟ ସନ୍ଦେହ ନଜର ରଖିଛନ୍ତି।

Leave A Reply