Odisha news

ଅସ୍ତରଙ୍ଗ : ଭିଜିଲାନ୍ସ ଜାଲରେ ଅସ୍ତରଙ୍ଗ ଆର.ଆଇ କାର୍ଯ୍ୟାଳୟର ଅମିନ

0

ଅସ୍ତରଙ୍ଗ : ଅସ୍ତରଙ୍ଗ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟର ଜୈନିକ କର୍ମଚାରୀ ଅସ୍ତରଙ୍ଗ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଠାରୁ ଘର ଭଙ୍ଗା, ସରକାରୀ ସ୍ତରରେ କରାଇ ଦେବା ପାଇଁ ଲାଂଚ ୮୦୦୦ ଟଙ୍କା ଲାଂଚ ନେଉଥିବା ବେଳେ ଭୂବନେଶ୍ୱର ଓ ପୁରୀ ଭିଜିଲାନ୍ସ ଟିମ୍ର ମିଳିତ ଉଦ୍ୟମରେ ଧରାପଡି ଗିରଫ ହୋଇଥିବା ଜଣାପଡିଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅସ୍ତରଙ୍ଗ ଗ୍ରାମର ସର୍ବେଶ୍ୱର ଓଝା ନାମଙ୍କ ବ୍ୟକ୍ତିଙ୍କ ଘର ଗଲା ବର୍ଷ ଫନି ରେ କିଛି ଅଂଶ ଭାଙ୍ଗି ଯାଇଥିଲା । ସେ ଘରଭଙ୍ଗା ପାଇଁ ଆବେଦନ କରିଥିଲେ ମଧ୍ୟ ପାଇନଥିବାରୁ ଗଲା ଅମ୍ଫାନ ବାତ୍ୟାରେ ଉକ୍ତ ଭଙ୍ଗାଘର କ୍ଷତିଗ୍ରସ୍ଥ ହୋଇଥିବା ଦର୍ଶାଇ ପୁନରବାର ସରକାରୀ ସ୍ତରରେ ଘରଭଙ୍ଗା ପାଇବା ପାଇଁ ଆର.ଆଇ କାର୍ଯ୍ୟାାଳୟରେ ଆବେଦନ କରିଥିଲେ ।

ତଦ୍ଅନୁସାରେ ଅସ୍ତରଙ୍ଗ ରାଜସ୍ୱ କାର୍ଯ୍ୟାଳୟର ଅମୀନ ପ୍ରଫୁଲ୍ଲ କୁମାର ବେହେରାଙ୍କ ସଂଗେ ଆଲୋଚନା କରି ୧୨,୦୦୦ ଟଙ୍କା ଦେଲେ ସମ୍ପୁର୍ଣ୍ଣ ଘରଭଙ୍ଗା ବାବଦରେ ୯୫,୧୦୦ ଟଙ୍କା ପାଇବେ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯିବ ବୋଲି ଅମୀନ ମହାଶୟ ପ୍ରତିଶୃତି ଦେଇଥିଲେ । ସେହି ଅନୁଯାଇ ସର୍ବେଶ୍ୱର ୧୨,୦୦୦ ଟଙ୍କା ମଧ୍ୟରୁ ୮,୦୦୦ ଟଙ୍କା ସୋମବାର ଦିନ ଦେବି ଓ ଆଉ ୪,୦୦୦ ଟଙ୍କା ଆଉ କିଛିଦିନ ପରେ ଦେବା ପାଇଁ ପ୍ରତିଶୃତି ଦେଇ ଭୂବନେଶ୍ୱର ଭିଜିଲାନ୍ସ ଏସ୍.ପି. ତଥା ପୁରୀ ଜିଲ୍ଲାର ପୂର୍ବତନ ଏସ.ପି. ଡ. ସାର୍ଥକ ଶଡଙ୍ଗିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେହି ଅନୁଯାଇ ଡ. ଶଡଙ୍ଗୀ ଙ୍କ ନିଦେ୍ର୍ଦଶକ୍ରମେ ଭୂବନେଶ୍ୱରର ଭିଜିଲାନ୍ସ ଇନ୍ସ୍ପେକ୍ଟର ମନମୋହନ ପ୍ରଧାନ, ଅଶୋକ କୁମାର ବେରୁଆ , ଶିବନାରାୟଣ ଭଦ୍ର ଓ ଷ୍ଟାପ୍ ଜୟକୃଷ୍ଣ ପ୍ରଧାନଙ୍କ ସମେତ ମୋଟ ସରକାରୀ ସାକ୍ଷୀ ଦୁଇ ଜଣଙ୍କୁ ମିସାଇ ୭ ଜଣ ଅସ୍ତରଙ୍ଗ ଆସି ଅଲଗା ଅଲଗା ଜାଗାରେ ରହିଥିଲେ । ପୂର୍ବ କଳ୍ପିତ ଯୋଜନା ଅନୁଯାଇ ସର୍ବେଶ୍ୱର ଅପରାହ୍ନ ୧ ଘଟିକା ସମୟରେ ଜେତେବଳେ ଅମିନ ପ୍ରଫୁଲ୍ଲ ବେହେରାଙ୍କୁ ସମ୍ପୁର୍ଣ୍ଣ ଘରଭଙ୍ଗା ୯୫,୨୦୦ ପାଇଁ ୮୦୦୦ ଟଙ୍କା ଦେଲେ ପୂର୍ବରୁ ପ୍ରସ୍ତୁତି ମୁତାବକ ଲୁଚିଥିବା ଭିଜିଲାନ୍ସ ଅଧିକାରୀ ମାନେ ଅଚାନକ କାର୍ଯ୍ୟାଳୟ ଭିତରେ ଚଢ଼ାଉକରି ଟଙ୍କା ସହ ପ୍ରଫୁଲ୍ଲଙ୍କୁ କାବୁ କରିଥିଲେ । ତତ୍ପରେ ସେମାନେ ଆସିଥିବା ଗାଡିରେ ପ୍ରଫୁଲ୍ଲଙ୍କ ପୁରୀ ନେଇଯାଇଥିବା ଜଣାପଡିଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଆଜକୁ ୫ ବର୍ଷ ତଳେ ଏହି କାର୍ଯ୍ୟାଳୟର ଜୈନିକ ଆର.ଆଇ. ସେହି ସର୍ବେଶ୍ୱର ଓଝାଙ୍କ ଠାରୁ ତାଙ୍କର ଜମି ଜମା ଫଇସଲା କରିବା ନିମନ୍ତେ ୨,୫୦୦ ଟଙ୍କା ଲାଂଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରାପଡି ଗିରିଫ ହେବା ପରେ ନିଲମ୍ବିତ ହୋଇଥିଲେ । ତହସିଲ କାର୍ଯ୍ୟାଳୟରୁ ଜଣେ କିରାଣି ଲାଂଚ ନେଇ ଗିରଫ ହୋଇଥିଲେ ।

Leave A Reply