Odisha news

ଗରଦପୁର : ଭାରଶ୍ୟାମ ହରାଇ ପଥର ବେଝେଇ ଟ୍ରକ ଓଲଟିଲା

0

ଗରଦପୁର -୨୯/୬ -ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ପଞ୍ଚାୟତର ଘୋଡାଦଣ୍ଡା ନିକଟରେ ଆଜି ଏକ ପଥର ବୋଝେଇ ଟ୍ରକ ଓଆର ୦୪ ଏଫ ୧୬୧୫ କୋରୁଆ କୁ ପଥର ନେଇ ଯାଉଥିବା ବେଳେ ଭାରଶ୍ୟାମ ହରାଇ ରାସ୍ତାକଡକୁ ଓଲଟିପଡିଛି । କାହାର କିଛିକ୍ଷେତି ହେଇନଥିଲା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି । କେନାଲବନ୍ଧଟି ଦୀର୍ଘଦିନ ଧରି ମରାମତି ନ ହେବା ଯୋଗୁ ଏହି ବନ୍ଧରେ ଖାଲଖମା ହେଇଯାଇ ସେଥିରେ ବର୍ଷା ପାଣିଜମିଯିବା ହେତୁ ଟ୍ରକ ର ଡ୍ରାଇଭର ଜାଣିପାରିନଥିଲା ଫଳରେ ଟ୍ରକ ଟି ଭାରଶ୍ୟାମ ହରାଇ କେନାଲ ମଧ୍ୟକୁ ଓଲଟି ପଡିଥିଲା ।

ଏହି କେନାଲ ବନ୍ଧ ଦେଇ କେନ୍ଦ୍ରାପଡା ସଦର ମହକୁମ୍ବାକୁ ଦୀପାଞ୍ଚଳର ୨୦ ରୁ ୩୦ ହଜାର ଲୋକ ଏହି କେନାଲ ବନ୍ଧ ଉପରେ ନିର୍ଭର କରିଯାତାୟତ କରିଥାଆନ୍ତି । ି । ଏହା ଛଡାଏହି ରାସ୍ତାଦେଇ କରିଲୋପାଟାଣ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟକୁ ମଧ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ପାଠ ପଢିବା ପାଇଁ ଯାଇଥାଆନ୍ତି । ଏତତ ବ୍ୟତୀତ ହାଟ . ବଜାର , ସ୍ୱସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଯାତା ୟତ କରିଥାଆନ୍ତି । ତେବେ କେନାଲର ଦକ୍ଷଣ ପାଶ୍ୱର୍ କେନାଲ ବନ୍ଧ ନୁତନ ଭାବେ ନିର୍ମାଣ ହେଉଥିବାରୁ ଏହି ରାସ୍ତାଦେଇ ଗଲାବେଳେ ବହୁ ଦୁର୍ଘଟଣା ର ସମୁଖୀନ ହେଉଛନ୍ତି । ତୁରନ୍ତ ଉଚ୍ଚକତ୍ତୃପକ୍ଷ ଏଥିପ୍ରତି ଦୁଷ୍ଟି ଦେଇ ଖୁବ ଶିଘ୍ର ଏହି କେନାଲ ବନ୍ଧ ରାସ୍ତା କାମ ଶେଷ କରିବାକୁ ସାଧାରଣରେ ଦାବିହେଉଛି ।

Leave A Reply