Odisha news

ଫୁଲନଖରା : ନଗରୀ ପଞ୍ଚାୟତରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

0

ଫୁଲନଖରା: ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ବିଜେଡ଼ି ପକ୍ଷରୁ ଗଲୱାନ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ଉପଲକ୍ଷେ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ଶହିଦଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରିବା ସହିତ ଜାତୀୟ ସଂଗୀତ ଗାନ କରିଥିଲେ ।

ପରେପରେ ସାମ୍ବାଦିକ ଲଳିତକୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଟକ ପୋଲିସ ଜୋନ-୪ ଏସିପି ସତ୍ୟରଞ୍ଜନ ମଲିକ, ବାରଙ୍ଗ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ, କଟକ ସଦର ପ୍ରେସ କ୍ଲବ ସଭାପତି ସୁରେନ୍ଦ୍ର ମହାପାତ୍ର, ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଭାସଚନ୍ଦ୍ର ଗୋଚ୍ଛାୟତ, ବାରଙ୍ଗ ବ୍ଲକ ଅଧ୍ୟକ୍ଷ ସରୋଜକୁମାର ସାହୁ, ନଗରୀ ସମିତି ସଭ୍ୟା ରଶ୍ମିପ୍ରିୟା ରଥ, ଆମଣ ପଞ୍ଚାୟତ ସମିତି ସଭ୍ୟା ସୁଭାସିନୀ ସେଠୀ, ବାରଙ୍ଗ ବ୍ଲକ ବିଜୁ ଜନତା ଦଳ ସମ୍ପାଦକ ଅଶୋକ ରଥ, ୱାର୍ଡ଼ ମେମ୍ବର ସ୍ୱପ୍ନାଞ୍ଜଳି ମୁଦୁଲିଙ୍କ ସମେତ ଆଶା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ‘କରୋନା ଯୋଦ୍ଧା’ ଭାବେ ସମ୍ମାନିତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ କ୍ଷୀରୋଦ ପଟ୍ଟନାୟକ, ପଞ୍ଚାୟତ ବିଜେଡ଼ଇ ସଭାପତି ଶିବପ୍ରସାଦ ଦାଶ, ନାଏବ ସରପଞ୍ଚ ରମେଶ ମହାପାତ୍ର, ବିଜୁ ଯୁବ ବାହିନୀ ଜୋନ ପର୍ଯ୍ୟବେକ୍ଷକ ଶଶିଭୂଷଣ ଦାଶ, ପଣ୍ଡିତ ରବିନାରାୟଣ ପଣ୍ଡା, ନିରଞ୍ଜନ ମହାନ୍ତି, ନୃସିଂହ ମହାନ୍ତି, ପ୍ରମୋଦ ପଟ୍ଟନାୟକ, କିଶୋରଚନ୍ଦ୍ର ଦାଶ, ଅଜୟ ବେଉରା, ପ୍ରଶାନ୍ତ ବେହେରା, ବିଜୟ ଦାସ, ଶରତକୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ୱାର୍ଡ଼ଁମେମ୍ବର ଧିରେନ୍ଦ୍ର ନାଥ, ପୀତବାସ ଭୋଇ, ଅରକ୍ଷିତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Govt
Leave A Reply