ରାୟଗଡା ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ,ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୯ରେ ପହଞ୍ଚିଥିବା ବେଳେ ୧୨ ଜଣ ସୁସ୍ଥ
ରାୟଗଡା,୨୯ ।୬(Rabindra Patkhandal)- ରାୟଗଡା ଜିଲ୍ଲାରେ ପୁଣି ଥରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଜଣକ ଜଣେ ମହିଳା (୩୭) ହୋଇଥିବା ସୂଚନା ରହିଛି । ଫଳରେ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୯ରେ ପହଞ୍ଚିଥିବା ବେଳେ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଗତ ୨୩ ତାରିଖ ଦିନ ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଧାମୁଣି ଗ୍ରାମର ୨ ଜଣ ଆକ୍ରାନ୍ତ ସହ ଏହି ମହିଳା ଜଣକ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ୨ ପୁରୁଷଙ୍କ ସହ ମହିଳା ଜଣଙ୍କ ସ୍ୱାବ ନମୁନା ଯାଂଚ ପାଇଁ ଗୋଟିଏ ଦିନରେ ପଠାଯାଇଥିଲା । କିନ୍ତୁ ସେହି ସମୟରେ ମହିଳାଙ୍କ ସ୍ୱାବ ନମୁନା ନଗେଟିଭ ଆସିଥିଲେ । ତିନି ଦିନ ପରେ ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବା ପରେ ପୁଣି ଥରେ ନମୁନା ଯାଂଚ ପାଇଁ ପଠାଯାଇଥିଲା ।
ଆଜି ତାହା ପଜେଟିଭ୍ ଆସିଥିବା ନେଇ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ବର୍ତମାନ ରାୟଗଡା ଜିଲ୍ଲାରେ ୨୭ ଜଣ କୋରନା ଆକ୍ରାନ୍ତ ଚିକିତ୍ସାଧିନ ଥିବା ଜିଲ୍ଲାପାଳ ଶ୍ରୀବେହେରା ସୂଚନା ଦେଇଛନ୍ତି । ୨୪ ଜଣ ଜେକେପୁର ସ୍ଥିତ କୋଭିଡ ହେଲଥ୍ ସେଂଟରରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣ ଗୁଣପୁର ସ୍ଥିତ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ଆମ ପଡୋଶୀ ଜିଲ୍ଲା ଗଜପତି ଏବଂ ଗଂଜାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଆମକୁ ସତର୍କତା ଅଲବମ୍ବନ କରିବାକୁ ପଡିବ ବୋଲି କହିବା ସହ ଜିଲ୍ଲାବାସୀଙ୍କୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।