Odisha news

ରାୟଗଡା : ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ରାଷ୍ଟ୍ରପତିଙ୍କ ଉଦେ୍ର୍ଦଶ୍ୟରେ ସ୍ମାରକ ପତ୍ର

0

ରାୟଗଡା,୨୯ ।୬(Rabindra patkhandal)- ଆଜି ଦେଶବ୍ୟାପୀ ତୈଳ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ କଂଗ୍ରେସ ଆନେ୍ଦାଳନ କରୁଥିବା ବେଳେ ରାୟଗଡ଼ାରେ ଜିଲ୍ଲା କଂଗ୍ରେସର ଦଳ ପକ୍ଷରୁ ଅଭିନବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଜିଲ୍ଲା କଂଗ୍ରେସ ଉପସଭାପତି ସୁନିଲ କୁମାର ପଣ୍ଡା, ବରିଷ୍ଠ ନେତା ଶଙ୍କର୍ଶଣ ମଙ୍ଗରାଜଙ୍କ ସମେତ ବହୁ କର୍ମୀ ଏକତ୍ରୀତ ହୋଇ ସାଇକେଲରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରୀଆରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ୪ ଦଫା ସମ୍ବଳିତ ସ୍ମାରକପତ୍ର ଦେଇଥିଲେ ।

ଏହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ର ବିଜେପି ସରକାର ସମୟରେ ତୈଳ ଦର ଦିନକୁ ଦିନ ହୁତୁ ହୁତୁ ହୋଇ ବଡ଼ିଚାଲିଛି । ଏନେଇ କିଛିଦିନ ହେଲା ଲଗାତାର ପେଟୋ୍ରଲ ଓ ଡ଼ିଜେଲ ଦାମ ବଢି ବର୍ତ୍ତମାନ ପ୍ରାୟ ୮୧ଟଙ୍କାରୁ ଉର୍ଦ୍ଧରେ ରହିଛି । ଫଳରେ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । କେନ୍ଦ୍ର ସରକାର ତୈଳଦରରେ ଏକ୍ସାଇଜ୍‌ ଡୁୟଟି କମାଇବାରେ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖଦାୟକ । ବର୍ତ୍ତମାନ ଦେଶରେ କରୋନା ମହାମାରୀରେ ଗତିକରୁଥିବା ବେଳେ ତୈଳଦର ବୃଦ୍ଧି ଜନସାଧାରଣଙ୍କ ଉପରେ ଚଡ଼କ ପକାଇଛି ସରକାର ବୋଲି ସାଂସଦ ଉଲ୍ଲାକା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରତ୍ନମଣି ଉଲ୍ଲାକା, ଅସଲମ ଖାନ, ବାପି ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତଥିଲେ ।

Leave A Reply