ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମର ୬୦ ବର୍ଷ ବୃଦ୍ଧଙ୍କର ବିଷାକ୍ତ ସାପ କାମୁଡ଼ାରେ ରବିବାର ସକାଳେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଉମୁରାହାଣ୍ଡି ଗ୍ରାମର ଡମ୍ବରୁ ଭତରା ବୋଲି ଜଣା ପଡିଛି ତାଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ। ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରିଛି ଏବଂ ତଦନ୍ତ ଜାରି ରଖିଛି। ରବିବାର ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଉମୁରାହାଣ୍ଡି ଗ୍ରାମର ଡମ୍ବରୁ ଭତରା ନିଜ ରୋଷେଇ ଘର ଉପରେ ଥିବା ଚିନି କାଡିବାକୁ ଗଲା ବେଳେ ସେଠାରେ ଥିବା ଏକ ବିଷାକ୍ତ ସାପ ବୃଦ୍ଧର ବାମହାତ ପାପୁଲିରେ କାମୁଡି ଥିଲା।
ଏହାପରେ ତାଙ୍କ ସମ୍ପର୍କୀୟମାନେ ଆସି ଏମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଏମ୍ବୁଲାନ୍ସରେ ଡମ୍ବୁରୁ ଭତରାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡ଼ାକ୍ତର ସେଠାରେ ଡମ୍ବରୁଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଡମ୍ବରୁଙ୍କ ନାତି ବିଶ୍ୱନାଥ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହାର ତଦନ୍ତ ପୁଲିସ ଏ.ଏସ୍.ଆଇ ଜଗଦୀଶ ଚନ୍ଦ୍ର ପାଣିଗ୍ରାହୀ କରୁଛନ୍ତି
ସାପ କାମୁଡାରେ ଉମରାହାଣ୍ଡି ଗ୍ରାମର ବୃଦ୍ଧଙ୍କ ମୃତ୍ୟୁ