Odisha news

ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ଅକାଳ ବିୟୋଗ।

0
କୋଣାର୍କ ଥାନା ନିକଟସ୍ଥ ଆମ୍ବିଳିଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଦାସ ନାମକ ଜଣେ (୪୫)ବର୍ଷ  ଵ୍ୟକ୍ତି ଙ୍କ ବୁଧବାର ରାତ୍ରି ରେ ଅକାଳ ବିୟୋଗ ଘଟିଛି। ଖବର ନେବାରୁ ଜଣାପଡେ ମୃତ କୃଷ୍ଣଚନ୍ଦ୍ର ତାଙ୍କ ଘରର ବିଦ୍ୟୁତ ମରାମତି କରୁଥିବାବେଳେ ଅସାଵଧାନ ବଶତଃ ତାଙ୍କୁ ବିଦ୍ୟୁତ ସକ ମାରିଥିଲା  ସେ ଛିଟିକି କରି ଘରର ଚଟାଣରେ ତଳେ ପଡ଼ିଥିଲେ ।ପରିବାର ଲୋକ ତାଙ୍କୁ ସଙ୍ଗେସଙ୍ଗେ ଗୋପ ଡାକ୍ତରଖାନା କୁ ନେଇଥିଲେ ।
ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଖବର ପାଇ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଡାକ୍ତର ଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ୪/୨୦ରେ ଏକ ଅପମୃତ ମାମଲା ରୁଜୁ କରି ଶବକୁ ପଂଚନାମା ପାଇଁ ଚାରିଛକ ଡାକ୍ତରଖାନା କୁ ପଠାଇ ତଦନ୍ତ କରୁଛନ୍ତି।ଏଠାରେ ସୂଚନା ଥାଉକି ମୃତ କୃଷ୍ଣଚନ୍ଦ୍ର ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକଥିଲେ ।ଏବଂ ସେ ଘରର ଏକମାତ୍ର ରୋଜଗାର କ୍ଷମ  ଥିଲେ ।
ତାଙ୍କ ଉପରେ ତାଙ୍କ ପରିବାର ସହ ତାଙ୍କ ଭିନ୍ନକ୍ଷମ ବିଧବା ଭଉଣୀ ଓ ତାଙ୍କର ତିନି ପିଲାଙ୍କୁ ସେ ନିଜ ଘରେ ରଖି ସେମାନଙ୍କର ଭରଣ ପୋଷଣ କରୁଥିଲେ । ତାଙ୍କର ଅକାଳେ ମୃତ୍ୟୁ ହେବାରେ ତାଙ୍କ ପରିବାର ପୁରା ଭାଙ୍ଗି ପଡିଛନ୍ତି ।ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ପାଇଁ ଆମ୍ବିଳିଗାଁ ଗ୍ରାମର ଗ୍ରାମବାସୀମାନେ ପ୍ରଶାସନକୁ ନିବେଦନ କରିଛନ୍ତି।
Nalco
Leave A Reply