ଲକ୍ଡାଉନ୍ରେ ଲୋକଙ୍କ ଜୀବନଶୈଳୀ ବଦଳିଛି । ବିଶେଷ ଚଳପ୍ରଚଳ ନ ହେବା ତଥା ବ୍ୟାୟାମ ଆଦି ନ କରିବାରୁ ଲୋକଙ୍କ ଓଜନ ବଢ଼ିଛି । ଏହା ସହ ଟାଇପ୍-୨ ଡାଇବିଟିସ୍ ଆଶଙ୍କା ବଢ଼ିଛି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି । ୪୦ ପ୍ରତିଶତ ଲୋକଙ୍କ ଓଜନ ୫ କେଜି ଓ ୧୬ ପ୍ରତିଶତଙ୍କ ଓଜନ ୨.୧ରୁ ୫ କେଜି ପର୍ଯ୍ୟନ୍ତ ବଢ଼ିଛି । ଲକ୍ଡାଉନ୍ରେ ମଧୁମେହ ଓ ତା’ସହ ଜଡ଼ିତ ଅନ୍ୟାନ୍ୟ ରୋଗ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଅଧ୍ୟୟନରୁ ସୂଚନା ମିଳିଛି ମଧୁମେହ ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ିବ । ଏବେ ୩୦ ବର୍ଷରୁ ଅଧିକ ବୟସର ଲୋକ ଡାଇବିଟିସ୍ ପରୀକ୍ଷା କରିବା ଦରକାର ବୋଲି ଗବେଷକ ଚେତାଇ ଦେଇଛନ୍ତି ।